ଗୌତମ ଗମ୍ଭୀରଙ୍କ ଟେଷ୍ଟ୍ ଟିମ୍, ଧୋନୀ କିମ୍ବା ବିରାଟ ନୁହେଁ ଏହି ଖେଳାଳିଙ୍କୁ ଦେଲେ କ୍ୟାପ୍ଟେନ୍ ଦାୟିତ୍ୱ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ, ୦୪|୦୫ :  ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ଗୌତମ ଗମ୍ଭୀର ସର୍ବଶ୍ରେଷ୍ଠ ଟେଷ୍ଟ୍ ଦଳ ଚୟନ କରିଛନ୍ତି । ଏହି ଦଳରେ ସେ ଅନିଲ କୁମ୍ବଲେଙ୍କୁ ଅଧିନାୟକ ଭାବେ ରଖିଛନ୍ତି । ଏହି ଟିମରେ ସେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରିଥିଲେ ମଧ୍ୟ ଅଧିନାୟକ ଭାର କିନ୍ତୁ କୁମ୍ବଲେଙ୍କୁ ଦେଇଛନ୍ତି ।

{"id":264784,"width":684,"height":518,"sizeSlug":"large"}

ଗମ୍ଭୀର କହିଛନ୍ତି ଯେ, ସେ ଖେଳିଥିବା ଅଧିନାୟକଙ୍କ ମଧ୍ୟରେ ଅନିଲ କୁମ୍ବଲେଙ୍କ ନେତୃତ୍ୱ ସବୁଠାରୁ ଶ୍ରେଷ୍ଠ । ସେ ଟିମରେ ଓପନର ଭାବେ ବିରେନ୍ଦ୍ର ସେହ୍ୱାଗ ଓ ସୁନିଲ ଗାଭାସ୍କରଙ୍କୁ ଚୟନ କରିଥିବା ବେଳେ ରାହୁଲ ଦ୍ରାବିଡଙ୍କୁ ୩ ନମ୍ବର ସ୍ଥାନରେ ରଖିଛନ୍ତି । ସେହିପରି ମଧ୍ୟକ୍ରମରେ ମହେନ୍ଦ୍ର ସିଂ ଧୋନୀ, କପିଲ ଦେବ, ସଚିନ ତେନ୍ଦୁଲକର ଓ ବିରାଟ କୋହଲି ମଙ୍ଗ ସମ୍ଭାଳିବେ ।

{"id":264788,"width":686,"height":428,"sizeSlug":"large"}

ଗମ୍ଭୀର ଆହୁରି କହିଛନ୍ତି ଯେ, ସେ ଚୟନ କରିଥିବା ଦଳର ଅନିଲ କୁମ୍ବଲେ ଓ ହରଭଜନ ସିଂ ସ୍ପିନ୍ ଭାର ସମ୍ଭାଳିବେ । ଧୋନୀ ଓ୍ୱିକେଟ୍ କିପର ରହିବେ । ସେହିପରି ଦ୍ରୁତ ବୋଲିଂ ଭାର ଜାହିର ଖାନ, ଜାଭାଗଲ ଶ୍ରୀନାଥ ନେବେ ।

{"id":264785,"width":687,"height":386,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.