ନୂଆ ରେକର୍ଡ କଲେ ମଂଧାନା, ସେଞ୍ଚୁରୀ ମାରି ସ୍ଥାପନ କଲେ ମାଇଲଖୁଣ୍ଟ, ଜାଫର କହିଲେ Goddess of the offside

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ୧୦/୦୯: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମଂଧାନା ସୃଷ୍ଟି କରିଛନ୍ତି ନୂଆ ଇତିହାସ । ଦିନିକିଆ ଟେଷ୍ଟରେ ଶତକ ହାସଲ କରିଥିବା ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । କେବଳ ଏତିକି ନୁହେଁ, ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତୀୟ ଦଳ ବହୁତ ଭଲ ସ୍ଥିତିରେ ଅଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା । ତେବେ ଅଷ୍ଟ୍ରେଲୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଭାରତର ଓପନର୍ ସ୍ମୃତି ମଂଧାନା ଏବଂ ଶେଫାଲୀ ବର୍ମା ଭୁଲ ପ୍ରମାଣିତ କରିଥିଲେ । ସ୍ମୃତି ମଂଧାନା ୧୭୦ ଟି ବଲ ଖେଳି ୧୯ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଶତକ ପୂରଣ କରିଥିଲେ । ଟେଷ୍ଟ କ୍ରିକେଟରେ ଏହା ସ୍ମୃତି ମନ୍ଧାନାଙ୍କର ଏହା ପ୍ରଥମ ଶତକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.