କରୋନା ସନ୍ଦିଗ୍ଧ ଯୁବକଙ୍କ ରିପୋର୍ଟ ନେଗେଟିଭ୍, ବୁର୍ଲା ଭୀମସାରରେ ହୋଇଥିଲେ ଭର୍ତ୍ତି

Published By : Prameya-News7 Bureau | March 07, 2020 IST

ସମ୍ବଲପୁର ୭।୩: ବୁର୍ଲା ଭୀମସାରରେ କରୋନା ସନ୍ଦେହରେ ଭର୍ତ୍ତି ହୋଇଥିବା ଯୁବକଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ସୋନପୁର ଏହି ଯୁବକଙ୍କୁ କରୋନା ସନ୍ଦେହରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସ୍ବତନ୍ତ୍ର ଆଇସିୟୁରେ ରଖାଯାଇଥିଲା । ସେ ଦୁବାଇ ଯାଇଥିବା ବେଳେ ସଂକ୍ରମଣ ହୋଇ ଫେରିଥିବା ଆଶଙ୍କା କରାଯାଉଥିଲା । ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।

{"id":233652,"sizeSlug":"large"}

ସେପଟେ କଟକ ବଡ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ଭୁବନେଶ୍ବରର ଟ୍ରାଇଡେଣ୍ଟ ହୋଟେଲରେ ଥିଲେ ବିଦେଶୀ ନାଗରିକ । ତେବେ ସେ ଚମ୍ପଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ଗୁରୁବାର  ଭୁବନେଶ୍ବର ବିମାନବନ୍ଦରରେ ଯାଞ୍ଚ ବେଳେ ଆୟାର୍ଲାଣ୍ଡର ପିଟର ନାମକ ଜଣେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସସିବି  ମେଡିକାଲକୁ ରେଫର କରାଯାଇଥିଲା । ତାଙ୍କ ସହ ଜଣେ ଆଟେଣ୍ଡାଣ୍ଟ ଥିଲେ । ଆଟେଣ୍ଡାଣ୍ଟ ଆଇସୋଲେସନ ୱାର୍ଡରେ ଡକ୍ୟୁମେଣ୍ଟେସନ କରୁଥିବା ବେଳେ ଚମ୍ପଟ ମାରିଥିଲେ ପିଟର । ପରେ ଖୋଜାଖୋଜି ପରେ ତାଙ୍କୁ ଟ୍ରାଇଡେଣ୍ଟ ହୋଟେଲରେ ଠାବ କରାଯାଇଛି ।

{"id":233882,"sizeSlug":"large"}

ଅନ୍ୟପଟେ ଓଡିଶାରେ ଆରମ୍ଭ ହେବ କରୋନା ଭାଇରସ୍ ସଂକ୍ରମଣର ପରୀକ୍ଷଣ । ଭୁବନେଶ୍ବର RMRCରେ ସୋମବାରଠୁ ପରୀକ୍ଷଣ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି । ଏଥିପାଇଁ ୧୦୦ରୁ ଅଧିକ ଟେଷ୍ଟିଂ କିଟ୍‌ ଆସିଛି । ଏଣିକି ୬ରୁ ୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିଯିବ । ଟେଷ୍ଟ ପଜିଟିଭ ଆସିଲେ ପୁଣେ ସ୍ଥିତ NIV ଲ୍ୟାବକୁ ସାମ୍ପୁଲ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.