ଟେଷ୍ଟ ରାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନରୁ ବାଦ ପଡିଲେ ବିରାଟ କୋହଲି...

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ୨୬/୨: ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ୍ ପ୍ରକାଶିତ । ୧ ନମ୍ବର ସ୍ଥାନରୁ ବାଦ ପଡିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ନ୍ୟୁଜିଲାଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନ ଯୋଗୁ କୋହଲିଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡୁଛି । କୋହଲି ୫ ପଏଣ୍ଟ ସହ ପ୍ରଥମ ସ୍ଥାନରୁ ଖସି ୨ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିଆ ବ୍ୟାଟ୍ସ ମ୍ୟାନ ଷ୍ଟିଭ୍  ସ୍ମିଥ ୧ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍ମିଥ ଶେଷ ଥର ଲାଗି ୨୦୧୫ରେ ୧ ନମ୍ବର ସ୍ଥାନ ଅଧିକାର କରିଥିଲେ । ଏବେ ସ୍ମିଥ ୯୧୧ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋହଲି ୯୦୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି।

କୋହଲିଙ୍କ ବ୍ୟତୀତ ଅନ୍ୟ ୩ ଭାରତୀୟ କ୍ରିକେଟର ତାଲିକାର ଶୀର୍ଷ ୧୦ଟି ସ୍ଥାନରେ ରହିଛନ୍ତି । ଆଜିଙ୍କ୍ୟ ରାହାଣେ ୭୬୦ ପଏଣ୍ଟ ସହ ୮ମ ସ୍ଥାନରେ ରହିଥିବାବେଳେ ଚେତେଶ୍ବର ପୂଜାରା ୭୫୭ ପଏଣ୍ଟ ସହ ୯ମ ଏବଂ ମୟଙ୍କ ଅଗ୍ରୱାଲ ୭୨୭ ପଏଣ୍ଟ ସହିତ ୧୦ମ ସ୍ଥାନରେ ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.