ସାରା ବିଶ୍ୱରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟେସ୍‌ଲା

Published By : Prameya-News7 Bureau | April 15, 2024 IST

internet

ନୂଆଦିଲ୍ଲୀ: ପୁଣି ଛଟେଇ କରିବ ଏଲନ ମସ୍କଙ୍କର କମ୍ପାନୀ ଟେସ୍‌ଲା। ସାରା ବିଶ୍ୱରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି କମ୍ପାନୀ ଘୋଷଣା କରିଛନ୍ତି। ଡିସେମ୍ବର ମାସ ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠାରୁ ବଡ଼ ଅଟୋ ନିର୍ମାତା କମ୍ପାନୀ ଟେସ୍‌ଲାର ସାରା ବିଶ୍ୱରେ ୧୪୦,୪୭୩ କର୍ମଚାରୀ ଅଛନ୍ତି। ଏଥିରୁ ମଧ୍ୟ କମ୍ପାନୀ ଛଟେଇ ଆରମ୍ଭ କରିବ। 

ଏପ୍ରିଲ ୨୩ ତାରିଖରେ ତ୍ରୟମାସିକ ରିପୋର୍ଟ ଜାରି କରିବାକୁ ଅପେକ୍ଷା କରିଥିବା ଟେସ୍‌ଲା ପ୍ରଥମ ତ୍ରୟ ମାସିକରେ କାର୍ ଏକ୍ସପୋର୍ଟ ହ୍ରାସ ପାଇଥିଲା ବୋଲି କମ୍ପାନୀ ଘୋଷଣା କରିଥିଲା। ଗତ ୪ ବର୍ଷ ପରେ ଟେସ୍‌ଲା ଏଭଳି ପରିସ୍ଥିତି ସାମ୍ନା କରିଥିଲା। ବଜାର ଚାହିଦା ମଧ୍ୟ କମିଯାଇଥିଲା। 

ପଢ଼ନ୍ତୁ-ଯାଞ୍ଚରେ ବିଫଳ ହେଲା ପତଞ୍ଜଳି ମହୂ, କମ୍ପାନୀଙ୍କୁ ୧ ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ

ଅନ୍ୟପଟେ କମ୍ପାନୀ ଶସ୍ତା କାର୍ ନିର୍ମାଣ କରିବା ପାଇଁ ଯେଉଁ ଯୋଜନା ଆମ୍ଭ କରିଥିଲା ତାକୁ ରଦ୍ଦ କରିଦେଇଛି। ଏଲନ ମସ୍କ ମଧ୍ୟବିତ୍ତ ପରିବାରକୁ ଲକ୍ଷ୍ୟ କରି କାର ନିର୍ମାଣ କରିବାକୁ ବହୁଦିନ ଧରି ଯୋଜନା କରୁଥିଲେ। ଏନେଇ କସରତ ବି ଆରମ୍ଭ ହୋଇଥିଲା। ହେଲେ ହଠାତ୍ ମସ୍କ ଏହି ଯୋଜନାକୁ ବନ୍ଦ କରି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.