ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଟେସଲାରୁ ୧୦% କର୍ମଚାରୀ ହେବେ ବିଦା, ସମସ୍ତ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଲେ ମସ୍କ

3/06/2022 at 4:34 PM

ନୂଆଦିଲ୍ଲୀ: କମ୍ପାନିରୁ କର୍ମଚାରୀଙ୍କୁ ଛଟେଇ କରିବ ଟେସଲା । ଏନେଇ ଘୋଷଣା କରିଛନ୍ତି କମ୍ପାନିର ସିଇଓ ଏଲନ ମସ୍କ। ଦୁନିଆର ସବୁଠୁ ଧନୀ ଏବଂ ଇଲେକ୍ଟ୍ରିକ କାର ନିର୍ମାଣ କରୁଥିବା କମ୍ପାନି ଟେସଲାର ମାଲିକ ଏଲନ ମସ୍କ କମ୍ପାନିରୁ କର୍ମଚାରୀଙ୍କ ଛଟେଇ ନେଇ ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। କମ୍ପାନିର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ଏଲନ ମସ୍କ ଘୋଷଣା କରିଛନ୍ତି । ଏହାସହ ସମସ୍ତ ନୂଆ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଛନ୍ତି । ବିଶ୍ୱର ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ ଏଲନ ମସ୍କ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସମୟରେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦେଖି ଦୁଃଖ ଲାଗୁଛି ।

ଗୁରୁବାର ଟେସଲାର ଅଧିକାରୀଙ୍କୁ ଏକ ମେଲ୍ ପଠାଯାଇଥିଲା। ସାରା ଦୁନିଆରେ କମ୍ପାନିର ସମସ୍ତ ନୂଆ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ଏଥିରେ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମସ୍କ ଚଳିତ ସପ୍ତାହର ଆରମ୍ଭରେ ଟେସଲାର କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଫେରିବା କିମ୍ୱା ଚାକିରୀ ଛାଡିବାକୁ କହିଥିଲେ। ପୂର୍ବରୁ ଏଲନ ମସ୍କ କମ୍ପାନିର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇ ପ୍ରତି ସପ୍ତାହରେ ୪୦ ଘଣ୍ଟା ଅଫିସ୍ ଆସି କାମ କରିବାକୁ କହିଥିଲେ।

ଏଲନ ମସ୍କଙ୍କ ଏହି ନିର୍ଦ୍ଦେଶକୁ ଚାରିଆଡେ ସମାଲୋଚନା କରାଯାଉଛି । ଅଷ୍ଟ୍ରେଲିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ସ୍କଟ ଫରକ୍ୱାର ଏକ ସିରିଜ୍ ଟ୍ୱିଟ କରି ମସ୍କଙ୍କୁ କଡା ସମାଲୋଚନା କରିଛନ୍ତି। ଏହାସହ ଟେସଲାରେ ଥିବ ଆଶାୟୀ କର୍ମଚାରୀଙ୍କୁ ନିଯୁକ୍ତିର ସୁଯୋଗ ଦେବା କଥା ମଧ୍ୟ କହିଛନ୍ତି।

   Related Posts