Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରଙ୍କ ସର୍ତ୍ତରେ ନଇଁଲା ‘ଟେସଲା’, ଭାରତରେ ସ୍ଥାପନ କରିବ ମ୍ୟାନୁଫେକ୍ଚରିଂ ୟୁନିଟି, ଆସେମ୍ବଲ ହେବ ଗାଡ଼ି

7/06/2023 at 6:57 PM

ନୂଆଦିଲ୍ଲୀ ୭।୬: ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଏଲନ ମସ୍କ ଓ ଭାରତ ସରକାରଙ୍କ ମଧ୍ୟରେ ଜାରି ଭିଡାଓଟରା ଏବେ ସମାପ୍ତ ହେଉଥିବା ଭଳି ଦେଖାଯାଉଛି। ଟେସଲା ଭାରତ ସରକାରଙ୍କର ସେହି ସବୁ ସର୍ତ୍ତ ମାନି ନେଇଛନ୍ତି, ଯେଉଁଥିରେ କମ୍ପାନୀକୁ ତାର ଗାଡ଼ି ଭାରତରେ ଆସେମ୍ବଲ କରିବାକୁ ପଡିବ ବୋଲି କୁହାଯାଇଥିଲା। ଏହା ପରେ କମ୍ପାନୀ ଭେଣ୍ଡର ଭାବେ କାମ କରିପାରେ। କମ୍ପାନୀ ଯେଉଁଭଳି ଭାରତ ସରକାରଙ୍କ ସର୍ତ୍ତମାନି ଗୋଟିଏ ପାଦ ଆଗକୁ ବଢାଇଛି ସରକାର ମଧ୍ୟ କମ୍ପାନୀ ପ୍ରତି ତାଙ୍କର ନୀତିକୁ ସାମାନ୍ୟ କୋହଳ କରିଛନ୍ତି।

ସରକାରଙ୍କ ବଡ଼ ଘୋଷଣା, BSNLର ପୁନରୁଦ୍ଧାର ପାଇଁ ୯୦ ହଜାର କୋଟିର ପ୍ୟାକେଜ୍‌ ମଞ୍ଜୁରୀ

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଭାରତ ସରକାର ଟେସଲାକୁ କୌଣସି ରିହାତି ଦେବେ ନାହିଁ। ତେବେ ଏଥି ଲାଗି ରାଜ୍ୟମାନେ ସ୍ୱାଧୀନ ନିଷ୍ପତ୍ତି ନେଇ ପାରିବେ। ଅର୍ଥାତ ସରକାର ମଧ୍ୟ ଚାହାନ୍ତିନି ଯେ ବିଶ୍ୱର ସର୍ବ ବୃହତ୍ତ ଇଭି ମେକର ଭାରତର ହାତ ଛଡା ନ ହେଉ। ଏହା ଛଡା ଯଦି ଭାରତରେ ଟେସଲାର ମ୍ୟାନୁଫେକ୍ଚରିଂ ହେଉଛି ତେବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ମେନୁଫେକ୍ଚରିଂ ସେକ୍ଟରରେ ମଧ୍ୟ ଗ୍ରୋଥ ଦେଖିବାକୁ ମିଳିବ। ଏଲନ ମସ୍କଙ୍କ ଟେସଲା ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶରେ ନିଜର ସହମତି ଜଣାଇ ଦେଇଛି।

ସରକାର ତାଙ୍କ ପରାମର୍ଶରେ କମ୍ପାନୀ ପ୍ରଥମେ କାରର ଡୋମେଷ୍ଟିକ୍ ଆସେମ୍ବଲିଂ ଆରମ୍ଭ କରିପାରେ। ପରେ ଭେଣ୍ଡର ବେସ୍ ମଧ୍ୟ ସ୍ଥାପିତ କରିପାରିବ ବୋଲି କୁହାଯାଇଥିଲା। ଏଥିରେ କମ୍ପାନୀ ଖୁବ୍ ଶୀଘ୍ର ଡୋମେଷ୍ଟିକ୍‌ ଭେଣ୍ଡର ବେସ୍ ଭାରତରେ ସ୍ଥାପିତ କରିବ ବୋଲି ସୂଚିତ କରିଛି। ଏଥିରେ ବିଳମ୍ବ କରିବନି, କାରଣ କମ୍ପାନୀ ମେନୁଫେକ୍ଚରିଂ ଓ ସପ୍ଲାଇ ଚେନକୁ ପୃଥକ ରଖିବାରେ ବିଶ୍ୱାସ କରେ ନାହିଁ।

ହିଣ୍ଡନବର୍ଗର ଟାର୍ଗେଟ୍‌ ହେଲା ଆଉ ଏକ କମ୍ପାନୀ, ଦିନକରେ ୮୦ ପ୍ରତିଶତ ଖସିଲା ସେୟାର ମୂଲ୍ୟ

ବର୍ତ୍ତମାନ ସମୟରେ ଟେସଲାର ଅଧାରୁ ଅଧିକ ଗ୍ଲୋବାଲ ପ୍ରଡକ୍ସନ ଚୀନ୍‌ର ସାଂଘାଇରେ ହେଉଛି। ଯେଉଁଠି କମ୍ପାନୀ ଏକ ବଡ଼ ସେଲର ବେସ୍‌ ମଧ୍ୟ ବିକଶିତ କରିଛି। ନିକଟରେ କମ୍ପାନୀ ସେଠାରେ ଏକ ମେଗା ପ୍ୟାକ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରି ମଧ୍ୟ ସ୍ଥାପନା କରିଛି। ଯଦି କମ୍ପାନୀ ଭାରତରେ ମେନୁଫେକ୍ଚରିଂ ବେସ୍ ସ୍ଥାପନା କରେ ତେବେ ସେଲର୍ସ ମଧ୍ୟ ଭାରତ ଟ୍ରାନ୍ସଫର ହୋଇଯିବେ। ସେତେବେଳେ ସେଲର୍ସଙ୍କୁ ଭାରତୀୟ ଫାର୍ମ ସହିତ ଜଏଣ୍ଟ ଭେଞ୍ଚର କରିବାକୁ ପଡିବ। କାରଣ ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତ ୧୦୦ ପ୍ରତିଶତ ଚୀନ୍‌ ନିବେଶ ଉପରେ ପ୍ରତିବନ୍ଧକ ଜାରି କରିଛି।  

   Related Posts