ଧାରା ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତି ପୂର୍ବରୁ ଆତଙ୍କବାଦୀ ଆକ୍ରମଣ, ପୁଲୱାମାରେ ଶ୍ରମିକଙ୍କୁ ଟାର୍ଗେଟ, ଜଣେ ମୃତ

Published By : Prameya-News7 Bureau | August 04, 2022 IST

କାଶ୍ମୀର: ଜାମ୍ମୁ କାଶ୍ମୀର ପୁଲୱାନାର ଗଦୁରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆତଙ୍କୀଙ୍କ ଦ୍ୱାରା କରାଯାଇଥିବା ଗ୍ରେନେଡ୍ ଆକ୍ରମଣରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ବିହାରର ମହମ୍ମଦ ମୁମତାଜ ରୂପେ ହୋଇଛି । ଅନ୍ୟ ଦୁଇ ଆହତ ହେଲେ ବିହାର ରାମପୁରର ମହମ୍ମଦ ଆରିଫ ଏବଂ ମହମ୍ମହ ମଜବୁଲ ।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦକୁ ତିନି ପୁରୁଛି । ଏହା ପୂର୍ବରୁ ଆତଙ୍କୀମାନେ ଏହି ଆକ୍ରମଣ କରିଛନ୍ତି । ସୂତ୍ର ଅନୁସାରେ ପୁଲୱାମାର ଗଦୁରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ । ଆତଙ୍କବାଦୀ ଖୋଜିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ (ପୋଲିସ, ସେନା, ସିଆରପିଏଫ) ଅଭିଯାନ ଆରମ୍ଭ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.