ଶ୍ରୀନଗର : ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ୍ ମାଡ କଲେ ଆତଙ୍କବାଦୀ, ଲାଲ ଚୌକରେ ସର୍ଚ୍ଚ ଅପରେସନ ଜୋରଦାର

Published By : Prameya-News7 Bureau | June 26, 2021 IST

ଶ୍ରୀନଗର ୨୬/ ୦୬ : ଜାମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ଲାଲ ଚୌକ ନିକଟରେ ଥିବା ସିଆରପିଏଫ ଯବାନଙ୍କ ବଙ୍କର ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । କିନ୍ତୁ ସୌଭାଗ୍ୟବଶତଃ ଏହି ଆକ୍ରମଣରେ ଯବାନମାନଙ୍କର କୌଣସି କ୍ଷତି ହୋଇନଥିବା ବେଳେ ସ୍ଥାନୀୟ ୩ ଜଣ ବାସିନ୍ଦା ଆହତ ହୋଇଥିବା ସୂଚନା ମିଳିଛି ।

ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ଗତ କିଛି ଦିନ ହେଲା ଶ୍ରୀନଗରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ୨ ଜଣ ପୋଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । କିନ୍ତୁ ଆଜି ଶ୍ରୀନଗରର ଲାଲ ଚୌକରୁ ମାତ୍ର କେଇ ମିଟର ଦୂରରେ ହିଁ ଆତଙ୍କୀ ହାମଲା ହୋଇଛି । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

wp:embed {"url":"https://twitter.com/ANI/status/1408811732668088320","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1408811732668088320
/wp:embed

ବର୍ତ୍ତମାନ କରୋନା ସଂକ୍ରମଣ କାରଣରୁ ସପ୍ତାହାନ୍ତ ସଡ୍‌ଡାଉନ୍ ଲାଗୁ କରାଯାଇଛି । ତେଣୁ ଯେଉଁ ଅଞ୍ଚଳରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି ସେଠା​‌ରେ ଅନ୍ୟ ଦିନମାନଙ୍କ ତୁଳନାରେ ଭିଡ କମ ଥିଲା । ସେଥିପାଇଁ କ୍ଷୟକ୍ଷତି କମ ହୋଇଛି । ଘଟଣାରେ ୩ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ​‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେପଟେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.