ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ : ଜଣେ ଯବାନ ଆହତ, ସର୍ଚ୍ଚ ଅପରେସନ୍ ଜୋରଦାର

Published By : Prameya-News7 Bureau | December 06, 2020 IST

ଜାମ୍ମୁ-କାଶ୍ମୀର ୦୬/୧୨ : ଶ୍ରୀନଗରରେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ​‌ତେବେ ସୁରକ୍ଷାବଳ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।  

ଶ୍ରୀନଗରର ସଜଗୀରପୋରା ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଏବଂ ସିଆରପିଏଫ୍ ଟିମ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିମାଡରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଂପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବଳ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.