ଗୁପ୍ତ କୋର୍ଡ଼ ଜରିଆରେ ଵାଲାକୋଟରୁ କାଶ୍ମୀରକୁ ପ୍ରବେଶ କରୁଥିଲେ ଆତଙ୍କବାଦୀ : ଜାଣନ୍ତୁ କ'ଣ ଏହି ଗୁପ୍ତ କୋର୍ଡ଼

Published By : Prameya-News7 Bureau | March 04, 2019 IST

କାଶ୍ମୀର ୪/୩ : ପାକିସ୍ତାନର ଵାଲାକୋଟରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଟ୍ରେନିଂ କ୍ୟାମ୍ପ ସମ୍ବନ୍ଧୀୟ ଅନେକ ତଥ୍ୟ ସାମ୍ନାକୁ ଆସିଛି | ଵାଲାକୋଟରେ ଚାଲିଥିବା ଟ୍ରେନିଂବେଳେ ଆତଙ୍କବାଦୀଙ୍କୁ ଗୁପ୍ତ କୋର୍ଡ଼ ଦିଆଯାଉଥିଲା | ଏହି କୋଡ଼ ଜରିଆରେ ଆତଙ୍କବାଦୀ ନିଜ ସହଯୋଗୀ ଏବଂ ସଂଗଠନର ମୁଖ୍ୟ ସହ କଥାବାର୍ତ୍ତା କରୁଥିଲେ | ଵାଲାକୋଟରେ ଟ୍ରେନିଂ ପରେ ଆତଙ୍କବାଦୀଙ୍କୁ ପିଓକେ ରାସ୍ତା ଦେଇ କାଶ୍ମୀର ଘାଟିକୁ ପଠାଯାଉଥିଲା | ଏଥିପାଇଁ ଵାଲାକୋଟରୁ ୯୮ କି:ମି: ଦୂର ସଡକ ମାର୍ଗରେ କେଲ ଏବଂ ଦୁଧନିଆଲ ଲଞ୍ଚ ପ୍ୟାଡ଼କୁ ନିଆଯାଉଥିଲା | ଏହାପରେ କୁପୱାଡାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ |

ଆତଙ୍କବାଦୀ କେଂଥହାବେଲି ଜଙ୍ଗଲ ଦେଇ ମଗାମ ଜଙ୍ଗଲକୁ ଆସୁଥିଲେ | ଏହାପରେ ପାକିସ୍ତାନୀ ହେଣ୍ଡଲର୍ସ ତାଙ୍କୁ କୁପୱାଡା ନେଇଯାଉଥିଲେ |

{"id":90624}

ଅନୁପ୍ରବେଶ ବେଳେ ଜୈସର ଆତଙ୍କବାଦୀଙ୍କୁ କୋର୍ଡ଼ ୱାର୍ଡ ଦିଆଯାଉଥିଲା | ଭାରତୀୟ ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଜୈସ ଆତଙ୍କବାଦୀଙ୍କ ମୁଖ୍ୟ ହେଣ୍ଡଲର୍ସ କୋର୍ଡ଼ ଟ୍ରେନିଂ ଦେଉଥିଲେ | ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କଲାବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆଇଏସଆଇ ଦ୍ୱାରା ଦିଆଯାଇଥିବା କୋର୍ଡ଼ ବ୍ୟବହାର କରୁଥିଲେ ବୋଲି ଜଣାପଡିଛି | ସେହି କୋର୍ଡ଼ ଆଧାରରେ ଆତଙ୍କବାଦୀ ସୀମା ଆର ପାରିକୁ ପ୍ରବେଶ କରୁଥିଲେ | ଅନୁପ୍ରବେଶ ପରେ କୌଣସି ୱାୟାରଲେସ ସେଟ ଜରିଆରେ କଥାବାର୍ତ୍ତା କରୁନଥିଲେ |

{"id":90625}

ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କୁ କୋର୍ଡ଼ ନାଁ ପଚାର ଯାଉଥିଲା | ମୁଖ୍ୟ ହେଣ୍ଡଲର୍ସର କୋର୍ଡ଼ Romiyo-POK ଥିଲା ବୋଲି ଜଣାପଡିଛି | ଏହି Romiyo-POK ଲଞ୍ଚ ପ୍ୟାଡ଼ରେ ଉପସ୍ଥିତ ରହୁଥିଲା | TANGO 2 କୋର୍ଡ଼ ଅର୍ଥାତ ୫ ଆତଙ୍କବାଦୀ ଏକାଥରେ ଭାରତ ଭୋଟରଙ୍କୁ ଅନୁପ୍ରବେଶ କରିବା | Code ali@Alpha ମାନେ ଆତଙ୍କବାଦୀ ଏବଂ ତାଙ୍କ ନାଁ | ଯେଉଁ ବ୍ୟକ୍ତି ରାସ୍ତା ବତାଇଥାଏ ତାର Code @माइक-ISI | କାଶ୍ମୀର ଘାଟିରେ ହେଣ୍ଡଲର୍ସର ସାହାଯ୍ୟ ପାଇଁ Code@Hotel-୧ କୋଡ଼ ପ୍ରସ୍ତୁତ କରାଯାଉଥିଲା | Code@hotel2 ର ମାନେ ଆଉ ଏକ ହେଣ୍ଡଲର ପ୍ରସ୍ତୁତ ଅଛି | ଗୁଇନ୍ଦା ସୂଚନା ଅନୁଯାୟୀ, ମୁଜାଫରବାଦ ସ୍ଥିତ ଅଫିସରୁ ଏହି ଆତଙ୍କବାଦୀ ଏବଂ ତାଙ୍କ କୋର୍ଡ଼କୁ ନିୟନ୍ତ୍ରଣ କରାଯାଇଥାଏ | ଏହି କଣ୍ଟ୍ରୋଲ ରୁମକୁ "କଣ୍ଟ୍ରୋଲ ୮୮" କୁହାଯାଇଥାଏ | ଏଥିରୁ ସ୍ପଷ୍ଟ ଯେ, ଏହି ଆତଙ୍କବାଦୀଙ୍କୁ ଆଇଏସଆଇ ତରଫରୁ ଜୈସ-ଏ-ମହମ୍ମଦର ମୁଜାଫରବାଦରେ ଏକ କଣ୍ଟ୍ରୋଲ ରୁମ ମଧ୍ୟ ଦିଆଯାଇଛି | ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କୁ ଏହି କଣ୍ଟ୍ରୋଲ ରୁମରୁ ନିର୍ଦେଶ ଦିଆଯାଇଥାଏ |

{"id":90626}

ସୀମା ପାର କରିବା ପରେ ପାକିସ୍ତାନରେ ଥିବା ଆତଙ୍କୀ ହେଣ୍ଡଲର ଲଗାତାର ଏହି ଆତଙ୍କବାଦୀଙ୍କ ସହ କୋର୍ଡ଼ ୱାର୍ଡ ଜରିଆରେ ସମ୍ପର୍କ କରିଥାନ୍ତି ଏବଂ ହମଲା ସମ୍ପର୍କିତ ସୂଚନା ଦେଇଥାନ୍ତି | ଅନୁପ୍ରବେଶ ପରେ ଆତଙ୍କବାଦୀ ବାର୍ତ୍ତାଳାପ ପାଇଁ କୋର୍ଡ଼ ବିଶିଷ୍ଟ ଭାଷା ବ୍ୟବହାର କରିଥାନ୍ତି ବୋଲି ଜଣାପଡିଛି | ଯେଉଁଥିପାଇଁ ଏହି ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥାଏ ଏବଂ ଏକ ମେଟ୍ରିକ୍ସ ସିଟ୍ ଦିଆଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.