୩ ବିଜେପି ନେତାଙ୍କ ହତ୍ୟାକାରୀ ସଫା, ସେନା ଗୁଳିରେ ମଲା ହିଜବୁଲ୍ କମାଣ୍ଡର ସୈଫୁଲ୍ଲା
1/11/2020 at 5:26 PM

ଶ୍ରୀନଗର ୦୧/୧୧: ଜାମ୍ମୁ କାଶ୍ମୀରରେ ସେନାକୁ ମିଳିଛି ସଫଳତା।ହିଜବୁଲ ମୁଜାହିଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ସଫା। ସୁରକ୍ଷାବଳ ଓ ପୋଲିସର ମିଳିତ ଅପରେସନ୍ରେ ମିଳିଛି ବଡ଼ ସଫଳତା। ସୈଫୁଲ୍ଲା ମୃତ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦେଶକ ଦିଲବାଗ ସିଂହ।
ମିଳିଥିବା ସୂଚନା ଅନୁସାରେ ନିକଟରେ ଜାମ୍ମୁ କାଶ୍ମୀରରେ ୩ ବିଜେପି ନେତାଙ୍କୁ ହତ୍ୟା କରିବା ପଛରେ ସୈଫୁଲ୍ଲାର ହାତ ଥିଲା। ସେନା କେବଳ ୭୨ ଘଣ୍ଟାରେ ବିଜେପି ନେତାଙ୍କ ହତ୍ୟାକରୀକୁ ସଫା କରିଛି।
ଶ୍ରୀନଗର ଜିଲ୍ଲାର ରଂଗରେତ ଅଞ୍ଚଳରେ ସେନା ଓ ମାଓବାଦୀ ଗୁଳି ବିନିମୟ ବେଳେ ସୈଫୁଲ୍ଲାର ମୃତ୍ୟୁ ହୋଇଛି। ଏହାସହ ସୈଫୁଲ୍ଲାର ଜଣେ ସାଥିକୁ ଜୀବିତ ଧରିବାରେ ସକ୍ଷମ ହୋଇଛି ସେନା। ହିଜବୁଲ ଚଳିତ ବର୍ଷ ସୈଫୁଲ୍ଲାକୁ ମୁଖ୍ୟ କରିଥିଲା ।ରିୟାଜ ନାୟିକୁ ମଲା ପରେ ସୈଫୁଲ୍ଲା ମୁଖ୍ୟ ହୋଇଥିଲା। ତେବେ ଏବେ ବି ରଂଗରେତରେ ସେନା ଅପରସେନ ଜାରି ରହିଛି।