ଜାମ୍ମୁ କାଶ୍ମୀର : କୁଲଗାମରେ ସୁରକ୍ଷାବଳକୁ ସଫଳତା, ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | July 26, 2021 IST

ଜାମ୍ମୁ ୨୬/୦୭ : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଲଗାତାର ଭାବେ ଅପରେସନ ଜାରି ରଖିଛି । କୁଲଗାମର ଅହରବଲ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନାକୁ ସଫଳତା ମିଳିଛି । ସୁରକ୍ଷାବଳଙ୍କ ସହ ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ସୂଚନା ମିଳିଛି ।

ସୂଚନା ଅନୁସାରେ, କୁଲଗାମରେ କିଛି ଦିନ ପୂର୍ବରୁ ଅଜଣା ଲୋକମାନେ ଜଣେ ପୋଲିସ କନଷ୍ଟେବଲଙ୍କ ଠାରୁ AK-47 ବନ୍ଧୁକ ଛଡାଇ ନେଇଥିଲେ । ତେବେ ସେହି ଅଜ୍ଞାତ ଲୋକମାନେ ହିଁ ଆତଙ୍କବାଦୀ ଥିଲେ । ମୃତ ଆତଙ୍କବାଦୀ ହେଉଛି ମୁଦସିର ଅହମ୍ମଦ । ଏନକାଉଣ୍ଟର ପରେ ସଂପୃକ୍ତ ଅଞ୍ଚଳକୁ ସିଲ କରିଦିଆଯାଇଛି ଏବଂ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

୨ ଦିନ ପୂର୍ବରୁ ବାନ୍ଦିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଲିମାଡ ହୋଇଥିଲା । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥି​‌ଲେ । ଜାମ୍ମୁ କାଶ୍ମୀର ପୋଲିସ ଏ ନେଇ ସୂଚନା ଦେଇଥିଲା । ସୋକବାବା ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଏନକାଉଣ୍ଟର ବେଳେ ୨ ଜଣ ଆତଙ୍କବଦୀ ନିହତ ହୋଇଥିଲେ । ୩ ଜଣ ଜବାନ ମଧ୍ୟ ଆହତ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.