ଜମ୍ମୁ-କାଶ୍ମୀର ପୁଲୱାମାରେ ପୁଣି ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣ, ୫ ଜବାନ ଆହତ

Published By : Prameya-News7 Bureau | June 17, 2019 IST

ଇଦଗାହ ୧୭।୬:  ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲା ଇଦଗାହ ଅରିୟଲ ଅଞ୍ଚଳରେ ଆତଙ୍କବାଦୀ ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରି ଆଇଇଡି ବିସ୍ଫୋରଣ କରିଥିବା ଜଣାପଡିଛି। ଫଳରେ ସୁରକ୍ଷା ବଳ ବ୍ୟବହାର କରୁଥିବା କାସ୍ପର ବାହନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜବାନ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଜବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଆତଙ୍କବାଦୀ ୪୪ ରାଜପୁତାନା ରାଇଫଲକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ରାଜପୁତାନା ରାଇଫଲ୍ସ ବଦଳେ ସେନାର ପାଟ୍ରୋଲିଂ ଭେଇକିଲ ଆସଯିବାରୁ ଆଇଇଡି ବିସ୍ଫୋରଣ ହୋଇଥିଲା। ଗତ ଫେବୃଆରୀ ୧୪ ତାରିଖରେ ଆତଙ୍କବାଦୀ ସିଆରପିଏଫ କାରକେଡକୁ ଟାର୍ଗେଟ୍ କରିଥିଲେ। ଫଳରେ ସିଆରପିଏଫର ୪୦ ଜଣ ଜବାନ ଶହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ସୀମା ସେପାଖର ଆତଙ୍କବାଦ ସଙ୍ଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟି କରିଥିଲା। ଏହାର ଜବାବରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଜୈସର ଠିକଣା ଉପରେ ଆକ୍ରମଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.