ପୁଲୱାମା ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ; ଜଣେ ଯବାନ ଶହୀଦ, ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | April 18, 2022 IST

ଶ୍ରୀନଗର ୧୮/୦୪ : ଦକ୍ଷିଣ କାଶ୍ମୀର୍‌ର ପୁଲୱାମା ଜିଲ୍ଲାର କାକାପୋର ରେଳ ଷ୍ଟେସନ ପାଖରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ରେଳ ସୁରକ୍ଷା ବଳର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କର ଚିକିତ୍ସା ପାଇଁ ତାଙ୍କୁ ଏବେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ଏବେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ଦେଇଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ କାକାପୋରା ରେଳ ଷ୍ଟେସନ ପାଖରେ ପୋଲିସ ଓ ରେଳ ସୁରକ୍ଷା ବଳର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରେଳ ସୁରକ୍ଷା ବଳର ଜଣେ ଯବାନ ଶହୀଦ ହେବା ସହିତ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଆକ୍ରମଣ କରି ସେଠାରୁ ଆତଙ୍କବାଦୀମାନେ ଫେରାର ହୋଇ ଯାଇଛନ୍ତି।

ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏବେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପୁଲୱାମା ଜିଲ୍ଲାର କାକାପୋରା ରେଳ ଷ୍ଟେସନରେ ଏହି ଆକ୍ରମଣ କେଉଁ ଆତଙ୍କବାଦୀ ସଙ୍ଗଠନ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳରେ ଚେକିଙ୍ଗ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସେହି ଅଞ୍ଚଳରେ ଯାଉଥିବା ସମସ୍ତ ଯାନ ବାହନକୁ ସୁରକ୍ଷା କର୍ମୀମାନେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.