ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଜାମ୍ମୁ କାଶ୍ମୀରରେ ଆତଙ୍କୀ ହମଲା : ସେନାବାହିନୀ ବସ ଉପରେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ

13/12/2021 at 7:01 PM

ଶ୍ରୀନଗର ୧୩/୧୨ : ପୁଣି ଆତଙ୍କବାଦୀଙ୍କ ଦୌରାତ୍ମ୍ୟ । ଭାରତୀୟ ସେନାର ବସ ଉପରେ ଆତଙ୍କବାଦୀ ଆକ୍ରମଣ । ସୋମବାର ସନ୍ଧ୍ୟାରେ ସେନା ବାହିନୀ ଯାଉଥିବା ବସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଜେଓ୍ବାନରେ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି ।  ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାମ୍ମୁ କାଶ୍ମୀରର ୯ମ ବାଟାଲିୟନ ସଶସ୍ତ୍ର ପୋଲିସ ବସ ଉପରେ ହୋଇଛି ଆକ୍ରମଣ ।

श्रीनगर में सुरक्षाकर्मियों की बस पर फायरिंग.

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ପୁରାପୁରି ଭାବେ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବଳର ବସ୍ ଉପରକୁ ଗୁଳି ଚଳାଇଥିଲେ । ବସରେ ଯବାନମାନେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ସ୍ଥିତ ପୋଲିସ୍ ଟ୍ରେନିଂ କଲେଜ ଯାଉଥିଲା । ଜାମ୍ମୁ କାଶ୍ମୀର ସଶସ୍ତ୍ର ପୋଲିସର ନବମ ବାଟାଲିୟନର ଯବାନମାନେ ଏହି ବସ୍‌ରେ ଯାତ୍ରା କରୁଥିଲେ । ରାସ୍ତାରେ ହିଁ ଆତଙ୍କବାଦୀମାନେ ହମଲା କରିଛନ୍ତି । ଏହି ଘଟଣା ପରେ କାଶ୍ମୀର ପୋଲିସ ଜୋନ୍ ଟୁଇଟ୍ କରି କହିଛି ଯେ, ଶ୍ରୀନଗରର ଜେୱାନ ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଗାଡିକୁ ଆଖିବୁଜା ଗୁଳି ଚଳାଇଛନ୍ତି ।

   Related Posts