ଦାଗିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ହମଲାରେ ୬ ପୋଲିସ୍, ଜଣେ ଧର୍ମଗୁରୁ ସହ ୧୫ ମୃତ

Published By : Prameya-News7 Bureau | June 24, 2024 IST

ମସ୍କୋ: ଋଷରେ ଦାଗିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ୨ଟି ଚର୍ଚ୍ଚ ଏବଂ ଗୋଟିଏ ପୋଲିସ୍ ପୋଷ୍ଟ ଉପରେ ହମଲା । ଏହି ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ପାଞ୍ଚ ଆତଙ୍କବାଦୀ ନିହତ ହୋଇଛନ୍ତି ।

ରବିବାର ଋଷର ଉତ୍ତର କାକେଶସ୍ କ୍ଷେତ୍ର ଦାଗେସ୍ତାନରେ ଏହି ଆତଙ୍କବାଦୀ ହମଲା ହୋଇଛି । ସିନେଗାଁଗୁଏରେ ଥିବା ଇହୁଦିଙ୍କ ଧର୍ମସ୍ଥଳି ଓ ଗୋଟିଏ ପୋଲିସ୍ ପୋଷ୍ଟରୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଏହି ଆତ୍ମଘାତୀ ଆକ୍ରମଣରେ ୬ଜଣ ପୋଲିସକର୍ମୀ ପ୍ରାଣ ହରାଇଛନ୍ତି । ସେହିପରି ଜଣେ ଧର୍ମଗୁରୁଙ୍କ ଜୀବନ ଯାଇଛି । ହମଲାରେ ମୋଟ୍ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଆହତ ହୋଇଛନ୍ତି । 

ଋଷ୍ ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆତଙ୍କବାଦୀ ହମଲାର ଯାଞ୍ଚ୍ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ଏହି ହମଲା ହୋଇଛି, ସେହି ସ୍ଥାନ କାକେଶସ୍ କ୍ଷେତ୍ର ପ୍ରାଚୀନ ଇହୁଦି ସମୁଦାୟଙ୍କ ଗଡ଼ । ଦାଗିସ୍ତାନର ରାଜଧାନୀ ମାଖଚକାଲା ଠାରୁ ୧୨୫ କିଲୋମିଟର ଦୂରରେ ଏହି ଆକ୍ରମଣ ହୋଇଛି । ଋଷ୍ ଗୃହମନ୍ତ୍ରାଳୟର ସୂଚନା ଅନୁଯାୟୀ, କିଛି ଅଜ୍ଞାତ ଲୋକ ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ଧରି ସିନେଗାଁଗୁଏକ ଚର୍ଚ୍ଚ ଏବଂ ପୋଲିସ୍ ପୋଷ୍ଟ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଚର୍ଚ୍ଚ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ଧର୍ମଗୁରୁ ମଧ୍ୟ ରହିଛନ୍ତି । ଚର୍ଚ୍ଚରେ ଫସିଥିବା ୧୯ଜଣଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରିଥିଲା । 

ଋଷ୍ ସମାଚାର ଏଜେନ୍ସି ମୁତାବକ, ଗୃହମନ୍ତ୍ରାଳୟ କହିଛନ୍ତି, ଏହି ଆତ୍ମଘାତି ଆକ୍ରମଣରେ ସାମିଲ୍ ଥିବା ପାଞ୍ଚ ବନ୍ଧୁକଧାରୀଙ୍କୁ ଏନକାଉଣ୍ଟର କରାଯାଇଛି । ଅଶାନ୍ତ ଦାଗିସ୍ତାନରେ ୨୦୦୦ ଦଶକରୁ ପଡୋଶୀ ଚେଚାନ୍ୟାରୁ ଆସୁଥିବା ଇସଲାମିକ୍ ବିଦ୍ରୋହୀଙ୍କ ଦ୍ବାରା ପ୍ରଭାବିତ । ଋଷ୍ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆକ୍ରମଣାତ୍ମକ ଢ଼ଙ୍ଗରେ ଆତଙ୍କବାଦୀଙ୍କୁ ନିପାତ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.