ଗଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ହିଂସାକାଣ୍ଡ ; ୫ ଯବାନ ଗୁରୁତର, ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | January 26, 2019 IST

କାଶ୍ମୀର ୨୬|୧: ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଜବାବୀ ହମଲାରେ ୨ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି । ଆତଙ୍କବାଦୀମାନେ କଶ୍ମୀରର ପୁଲୱାମା ଘାଟି, ପଂପୋର ଏବଂ ଖାନ୍ମୋ ଇଲାକାରେ ହମଲା କରିଛନ୍ତି ।

ଏସଓଜି ଏବଂ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି । ତେବେ ଜବାବରେ ସୁରକ୍ଷା କର୍ମୀମାନେ ପାଲଟା ଆକ୍ରମଣ କରିଥିଲେ । ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏହି ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି । ଗଣତନ୍ତ୍ର ଦିବସ ଅବସରରେ ସମ୍ପୃକ୍ତ ଆତଙ୍କବାଦୀମାନେ ଏକ ବଡ଼ଧରଣର ହମଲା ଯୋଜନାରେ ଥିବା ବେଳେ ସୁରକ୍ଷାକର୍ମୀମାନେ ତାକୁ ଭଣ୍ଡରୁ କରି ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.