କୁଲଗାମରେ ଆତଙ୍କବାଦୀ-ସେନା ମୁହାଁମୁହିଁ, ୪ ଆତଙ୍କୀ ସଫା, ଜଣେ ଯବାନ ଶହୀଦ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାର ମୋଦରଗାମର ପରେ ଶନିବାର ଚିନ୍ନୀଗାମ୍‌ରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଦେଖିବାକୁ ମିଳିଛି। ଏଥିରେ ଏପର୍ଯ୍ୟନ୍ତ ୪ ଆତଙ୍କୀ ସଫା ହୋଇଛନ୍ତି। ଏହା ପୂର୍ବରୁ ଜମ୍ମୁ-କଶ୍ମୀରର କୂଲଗାମ ଜିଲ୍ଲାର ମୋଦରଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏବେବି ଗୁଳିକାଣ୍ଡ ଜାରି ରହିଛି।

କୁଲଗାମର ମୋଦରଗାମରେ ଆତଙ୍କୀ ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଯାହାପରେ ସିଆରପିଏଫ୍‌, ସେନା ଏବଂ ସ୍ଥାନୀୟ ପୋଲିସ ମିଳିତ ଅପରେସନ ପରେ ମୁହାଁମୁହିଁ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା କର୍ମୀ ଆତଙ୍କୀଙ୍କୁ ଧରିବା ପାଇଁ ଘେରାବନ୍ଦୀ କରିଥିଲେ। ଯାହା ପରେ ଆତଙ୍କୀଙ୍କ ତରଫରୁ ଫାୟାରିଂ ଆରମ୍ଭ ହୋଇଥିଲା। ଆଉ ଏହି ଫାୟାରିଂ ପରହିଁ ଅଭିଯାନ କମ୍ବିଂ ଅପରେସନରେ ବଦଳି ଯାଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଯବାନ ଆହତ ହୋଇଥିଲେ। ପରେ ତାଙ୍କର ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ମୋଦରଗା ପରେ ଏବେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ବଳ ଆତଙ୍କୀଙ୍କୁ ଧରିବା ପାଇଁ ୟାରୀପୋରାର ଫ୍ରିସଲ ଚିନ୍ନୀଗାମ ଅଞ୍ଚଳକୁ ଘେରାବନ୍ଦୀ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.