ଆତଙ୍କୀ ଅବୁ ୟୁସୁଫ ସିଦ୍ଧାର୍ଥନଗର ଯୁବକଙ୍କୁ ଦେଉଥିଲା ଟ୍ରେନିଂ, ତଦନ୍ତ କରୁଛି ଆଇବି

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮/୦୮ : ସନ୍ଦିଗ୍ଧ ଆତଙ୍କୀ ଅବୁ ୟୁସୁଫ ସିଦ୍ଧାର୍ଥନଗରର ଢ଼େବରୁଆ ଅଞ୍ଚଳକୁ ଯାଉଥିଲା | ସେଠାରେ କିଛି ଯୁବକଙ୍କ ସହ ତାର ସମ୍ପର୍କ ଥିଲା | ଜଣେ ଯୁବକ ସହ ସେ ସବୁବେଳେ କଥାବାର୍ତ୍ତା କରୁଥିଲା | ଢ଼େବରୁଆ ଅଞ୍ଚଳର କିଛି ଯୁବକଙ୍କୁ ଆତଙ୍କବାଦୀ ଟ୍ରେନିଂ ଦେଉଥିଲା | ଦିଲ୍ଲୀ ପୋଲିସ ସେଲର ନହର ବର୍ତ୍ତମାନ ସିଦ୍ଧାର୍ଥନଗରରେ ରହିଛି |

ଅବୁ ୟୁସୁଫର ଗାଁ ବଢୟା ସହ ତାର କିଛି ଲେନା ଦେନା ନଥିଲା | ଗାଁରେ ସେ କାହା ସହ କଥାବାର୍ତ୍ତା କରୁନଥିଲା | ତା ମତଲବ କେବଳ ତା ନିଜ କାମ ସହ ଥିଲା | ମାସକୁ ଦୁଇଥର ଦୁଇ କିମି ଦୂର ତେୟାବପୁର ଗାଁ ଶାଶୁଘରକୁ ଯାଉଥିଲା | ମାସକୁ ୪ଥର ନିଜ ଭଉଣୀ ଘର କୃଷ୍ଣାନଗର ଯାଉଥିଲା | ସେଠାରେ ଯୁବକମାନଙ୍କୁ ଆତଙ୍କୀ ହେବା ପାଇଁ ମତାଉଥିଲା | ଆତଙ୍କୀ ସଂଗଠନ ସହ ଜଡିତ ହେବା ପାଇଁ ଯୁବକଙ୍କୁ ପ୍ରେରଣା ଦେଉଥିଲା | ଜଣଙ୍କ ସହ ୟୁସୁଫ ସବୁଦିନ କଥାବାର୍ତ୍ତା କରୁଥିଲା | ଆଇବି ଟାର୍ଗେଟରେ ବର୍ତ୍ତମାନ ଏହି ଯୁବକ ରହିଛି |

ଗୁରୁବାର ଦିନ ସ୍ଥାନୀୟ ଗୁଇନ୍ଦା ବିଭାଗ ହାସିମପାରା, ଚିରକୁଟିଆ ଏବଂ ବଢୟା ଗାଁ ଯାଇଥିଲେ | ସେଠାରେ ଅନେକ ଲୋକଙ୍କୁ ପଚରାଉଚୁରା କରିଛନ୍ତି | ତେବେ ଗୁଇନ୍ଦା ବିଭାଗ ହାତରେ କୌଣସି ମହତ୍ଵପୁର୍ଣ ସୁରାକ ଲାଗିନଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.