previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଗାଁରେ ନାଗସାପର ଆତଙ୍କ: ଗାଁରୁ ଉଦ୍ଧାର ହେଲା ୨୦୦ ନାଗ ଛୁଆ ଆଉ ଗୋଟେ ବଡ଼ ନାଗ

9/06/2020 at 8:28 AM

ଭଦ୍ରକ୯/୮: କିଛିଦିନ ପୂର୍ବରୁ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଘର ଲୋକେ ସାପକୁ ଦେଖି ଭୟରେ ଘର ଛାଡି ଦେଇଥିଲେ। କିନ୍ତୁ ସାପ ଧରିବାକୁ ଘର ଓ ବାହାରେ ଜାଲ ବିଛା ଯାଇଥିଲା। ସେହି ଦୁଇଟି ସାପ ମଧ୍ୟରୁ ଗୋଟିଏ ଜାଲରେ ପଡ଼ିଛି କିନ୍ତୁ ଆଉ ଗୋଟେ ସାପ ଖସି ଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମପୁର ପାଇକସାହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗାଁର ପାଣ୍ଡବ ସାହୁଙ୍କ ସ୍ତ୍ରୀ ମାନସୀ ଶୋଇବା ବେଳେ ଚିତ୍କାର କରିଥିଲେ। ଘର ଲୋକଙ୍କୁ କହିଥିଲେ ଯେ, ତାଙ୍କୁ ସାପ କାମୁଡ଼ିଛି। ଏହା ପରେ ତୁରନ୍ତ  ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମାନସୀଙ୍କ ମୃତ୍ୟୁ ପରେ ଘର ଲୋକେ ସେହି ଘରେ ନରହି ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ସାପକୁ ଧରିବା ପାଇଁ ସେମାନେ ଘର ଓ ବାହାରେ ଜାଲ ବିଛାଇଥିଲେ । ସକାଳୁ ଗୋଟିଏ ନାଗ ସାପ ଜାଲରେ ପଡିଥିବା ବେଳେ ଜାଲ ଖୋଲିବା ବେଳେ ଆଉ ଗୋଟିଏ ସାପ ଖସିଯାଇ ଘର ଭିତରେ ଥିବା ଗାତରେ ପଶି ଯାଇଥିବା ସୂଚନା ମିଳିଛି । ତେବେ ବନବିଭାଗ କର୍ମଚାରୀ ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ତେବେ କିଛିଦିନ ପୂର୍ବରୁ ସେହି ଗାଁର ବିଜୟ ଭୂୟାଁଙ୍କ ଘରୁ ୨୦୦ ରୁ ଅଧିକ ସାପ ଓ ସାପ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

   Related Posts