scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତଙ୍କବାଦୀ ଆକ୍ରମଣର ବିପଦ : ମହିଳାଙ୍କ ରୂପ ନେଇ ପାରନ୍ତି ଆତଙ୍କବାଦୀ

13/09/2018 at 4:22 PM

ଇନ୍ଦୋର ୧୩/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟପ୍ରଦେଶର ଇନ୍ଦୋର ଯାତ୍ରା ପୂର୍ବରୁ ଆତଙ୍କବାଦ ଆକ୍ରମଣର ଆଶଙ୍କା ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ଏଜେନ୍ସିରୁ ଖବର ମିଳିଛି ଯେ ଆତଙ୍କବାଦୀମାନେ ମହିଳାଙ୍କ ବେଶରେ ମଞ୍ଚ ମଧ୍ୟକୁ ପ୍ରବେଶ କରିପାରନ୍ତି। ଗୁଇନ୍ଦା ବିଭାଗ ଏବଂ ସ୍ଥାନୀୟ ପୋଲିସ ମଞ୍ଚ ମଧ୍ୟରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛନ୍ତି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଇନ୍ଦୋରର ବୋହରା ସମାଜ କାର୍ଯ୍ୟକ୍ରମରେ ସାମିଲ ହେବେ।
ସୈଫିନଗର ମସଜିଦକୁ ସ୍ବତନ୍ତ୍ର ସୁରକ୍ଷା ବିଭାଗର ଅଧିକାରୀମାନେ ଘେରିକି ରହିଛନ୍ତି। ଯାଞ୍ଚ ବିଭାଗମାନଙ୍କୁ ସୂଚନା ମିଳିଛି ଯେ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିପାରନ୍ତି । ସ୍ବତନ୍ତ୍ର ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ସଠିକ୍ ପରିଚୟ ପତ୍ର ବିନା କୈାଣସି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯିବାକୁ ଅନୁମତି ଦିଆଯିବ ନାହିଁ। ବୋହରା ସମାଜର ସ୍ବେଛ୍ଛାସେବୀ ଏବଂ ବୁରହାନୀ ଗାର୍ଡମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି। ଗତ ବୁଧବାର ଦିନ ଅଫିସରମାନଙ୍କଠୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ସଭା ସ୍ଥଳରେ ଆସିବାକୁ ଥିବା ଲୋକମାନଙ୍କ ମଧ୍ୟରୁ ୬୦ପ୍ରତିଶତ ମହିଳା। ପାଖାପାଖି ୨୦୦ଜଣ ମହିଳା ସ୍ବେଛ୍ଛାସେବୀ ଉପସ୍ଥିତ ରହିବେ।
ଗୁଇନ୍ଦା ସୂଚନା ମିଳିବା ପରେ ମହିଳା ପୋଲିସ୍ ଅଧିକାରୀମାନଙ୍କୁ ବୋହରା ମହିଳାଙ୍କ ବେଶରେ ମୁତୟନ କରାଯାଇଛି। ଗୁଇନ୍ଦା ଶାଖାର ପଦସ୍ଥ କର୍ମଚାରୀଙ୍କ କହିବା ମୁତାବକ ସଭା ସ୍ଥଳରେ ପାଖାପାଖି ୫ହଜାର ଟନର ଲୁହା ଲାଗିଛି। ପୋଲିସ୍ ଅଧିକାରୀ ମେଟାଲ୍ ଡିଟେକ୍ଟର୍ ଦ୍ବାରା ସମ୍ପୂର୍ଣ୍ଣ ସ୍ଥଳର ଅନୁସନ୍ଧାନ କରିଛନ୍ତି।

   Related Posts