scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅମରନାଥ ଯାତ୍ରାକୁ ଆତଙ୍କବାଦୀ ଆକ୍ରମଣ ଭୟ; ଏହି ଦୁଇ ଆତଙ୍କବାଦୀ କରୁଛନ୍ତି ଯୋଜନା

6/06/2023 at 3:50 PM

ଶ୍ରୀନଗର: ଜୁଲାଇ ୧ ତାରିଖରେ ଜାମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବା ନେଇ ଯୋଜନା କରୁଛି। ଆତଙ୍କବାଦୀ ରଫିକ ନାଇ ଓ ମହମ୍ମଦ ଅମିନ ଭଟ୍ଟ ଓରଫ ଅବୁ ଖୁବାଇବ୍‌ଙ୍କୁ ଏହି ଆକ୍ରମଣର ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।।

ଏମାନେ ଶ୍ରଦ୍ଧାଳୁଙ୍କ ସମେତ ମୁତୟନ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁପ୍ତ ସୂଚନା ମିଳିଛି। ରଫିକ୍‌ ଓ ଅମିନ ଭଟ୍ଟକୁ ରାଜୈରୀ-ପୁଞ୍ଚ, ପିର ପଞ୍ଜାଲ ଓ ଚେନାବ ଉପତ୍ୟାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାୟିତ୍ୱ ଦେଇଛି।

ଫଢ଼ନ୍ତୁ- ୧ ଜୁଲାଇରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ସାମ୍ନାକୁ ଆସିଲା ଶିବ ଲିଙ୍ଗଙ୍କ ଫଟୋ

ରଫିକ ନାଇର ଘର ପୁଞ୍ଚ ଜିଲ୍ଲା ମେନ୍ଧାର୍‌ରେ ହୋଇଥିବା ବେଳେ ଖୁବାଇବ୍‌ର ଖବର ଦୋଡା ଜିଲ୍ଲାରେ। ବର୍ତ୍ତମାନ ଦୁଇ ଆତଙ୍କବାଦୀଙ୍କୁ ପିଓକେରୁ ପରିଚାଳନା କରାଯାଉଛି। ସୁରକ୍ଷା କର୍ମୀଙ୍କ ପକ୍ଷରୁ ଖୁବାଇବ୍‌ର ପରିବାର ଉପରେ ନଜର ରଖାଯାଇଛି। କାଳେ ସେମାନେ ଖୁବାଇବ୍‌ର କଣ୍ଟାକ୍ଟରେ ଥିବେ ସେ ନେଇ ସୁରକ୍ଷା ଏଜେନ୍ସି ସଚେତନ ରହିଛି।  

ରିଫିକ୍ ଓ ଖୁବାଇବ୍‌ ଦୋଡା ଓ ପୁଞ୍ଚରୁ ଯୁବକଙ୍କୁ ଜାଲରେ ଫସାଇ ସଂଗଠନରେ ସାମିଲ୍ କରୁଛନ୍ତି ସୋସିଆଲ୍ ମିଡିଆ ମାଧ୍ୟମରେ ସେମାନଙ୍କ ବ୍ରେନ୍ ୱାଶ୍ କରି ନୂଆ ଆତଙ୍କବାଦୀ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ରହିଛି।

ଦୁଇ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ହୋଇଥିବାରୁ ସେମାନଙ୍କୁ ଅଞ୍ଚଳର ସବୁ ଗଳିକନ୍ଦି ଜଣାଇଛି। ଏଥିପାଇଁ ସେନା ସବୁ ସ୍ଥାନରେ କଡ଼ା ନଜର ରଖିଛି।ସୂଚନା ଥାଉକି ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ୬୨ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ। ଅଗଷ୍ଟ ୩୧ ତରିଖ ୨୦୨୩ରେ ଏହା ଶେଷ ହେବ।

   Related Posts