ଜମ୍ମୁ-କାଶ୍ମୀର ଅନନ୍ତ ନାଗରେ ଅର୍ଦ୍ଧସାମରିକ ବଳଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ,୫ ଜବାନ ଶହିଦ
12/06/2019 at 5:32 PM

ଅନନ୍ତନାଗ ୧୨।୬: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲା କେପି ରୋଡରେ ବୁଧବାର ପୋଲିସ ଓ ଅର୍ଦ୍ଧସାମରିକ ବଳଙ୍କ ଏକ ମିଳିତ ପାଟ୍ରୋଲ ପାର୍ଟି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଫଳରେ ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫର କିଛି ଜବାନ ଆହତ ହୋଇଛନ୍ତି। ଆହତଙ୍କ ଜବାନଙ୍କ ମଧ୍ୟରୁ ହସ୍ପିଟାଲରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣ ଏତେ ଅଚାନକ ଥିଲା ଯେ କେହି କିଛି ବୁଝିବା ଆଗରୁ ୮ ଜଣ ସୁରକ୍ଷା କର୍ମୀ ଟଳିପଡିଥିଲେ। ତେବେ ପରେ ପୋଲିସ ଓ ସିଆରପିଏଫ ଜବାନ ମୋର୍ଚ୍ଚା ବାନ୍ଧି ଆତଙ୍କବାଦୀଙ୍କ ମୁକାବିଲା କରିଛନ୍ତି ।
ଆତଙ୍କବାଦୀଙ୍କ ଏହି ଆକ୍ରଣରେ ପୋଲିସର ୩ ଜଣ ଜବାନଙ୍କ ସମେତ ସିଆରପିଏଫର ୫ ଜଣ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ଏସ୍ଏଚଓ ମଧ୍ୟ ଥିଲେ। ମିଳିତ ପାଟ୍ରୋଲ ପାର୍ଟି କେପି ରୋଡରେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯାହାର ଏବେ ଭାରିମୂଲ୍ୟ ଦେବାକୁ ପଡୁଛି ସେମାନଙ୍କୁ। ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ଚାଲେଞ୍ଜ କରିଥିବା ବେଳେ ଉଭୟପକ୍ଷରୁ ଗୁଳିବିନିମୟ ଜାରି ରହିଛି। ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି ।