ଭୟାବହ ଅଗ୍ନିକାଣ୍ଡ: ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

Published By : Prameya-News7 Bureau | May 04, 2020 IST

ଭଦ୍ରକ୪/୫: ଭୟବହ ଅଗ୍ନିକାଣ୍ଡ। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ଗ୍ରାମରେ ଗ୍ୟାସ ଟାଙ୍କି ଲିକ୍ ଯୋଗୁଁ ଅଗ୍ନିକାଣ୍ଡ । ରାଧାବଲ୍ଲଭପୁର ଗାଁର ଭଗବାନ କୁଁଆରଙ୍କ ୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ଧାମନଗର ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପରିସ୍ଥିତି ଏପରି ଥିଲା ଯେ ନିକଟରେ ଥିବା କୋଠାଘରେ ଥିବା ଆସବାବପତ୍ର ଜଳି ଯାଇଥିଲା । ଅଗ୍ନିକାଣ୍ଡ ଘଟିବାର କିଛି ସମୟ ଭିତରେ ଧାମନଗର ଅତିରିକ୍ତ ତହସିଲଦାର ଅଭିପ୍ପିସା ପଟ୍ଟନାୟକ ଓ ଧାମନଗର ଆଇଆଇସି ରତିକାନ୍ତ ଗିରି ପହଞ୍ଚି ଘଟଣା ତଦନ୍ତ କରିଛନ୍ତି । ଏହି ଅଗ୍ନିିକାଣ୍ଡରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.