ଝାରସୁଗୁଡା ଓ ଦବଗଡରେ ଭୂମିକମ୍ପ, ଲୋକେ ଆତଙ୍କିତ

Published By : Prameya-News7 Bureau | June 19, 2019 IST

ଦେବଗଡ୧୯।୬:  ବୁଧବାର ଅପରାହ୍ଣରେ ଦେବଗଡରେ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ଣ ପ୍ରାୟ ୫ଟା ୪୭ ମିନିଟରେ ଅନୁଭୂତ ଏହି କମ୍ପନ ପ୍ରାୟ ୫ ସେକେଣ୍ଡ ଧରି ଲାଗି ରହିଥିଲା। ଘରଦ୍ୱାର ଥରି ଉଠିବା ଯୋଗୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ ଦେବଗଡ ସହରରେ ସେଭଳି କିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳି ନାହିଁ । ଦେବଗଡ ଭଳି ଝାରସୁଗୁଡାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି।

ଝାରସୁଗୁଡାରେ ମଧ୍ୟ ଠିକ ସେହି ସମୟରେ କମ୍ପନ ଅନୁଭୂତ ହୋଇଥିଲା। ଝରକା କବାଟ ଥରିବା ଯୋଗୁ ଲୋକେ ଭୂମିକମ୍ପ ହେଉଥିବା ଜାଣିପାରି ଘରୁ ପଦାକୁ ଚାଲି ଆସିଥିଲେ। ଦେବଗଡ ଓ ଝାରସୁଗୁଡାର ଭୌଗଳିକ ଅବସ୍ଥିତି ଯୋଗୁ କମ୍ପନ ଏକ ସମୟରେ ହୋଇଥିବା ଆଶଙ୍କା କରାଯାଉଛି। ତେବେ ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା କେତେ ଥିଲା ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଭୂମିକମ୍ପକୁ ନେଇ ଉଦ୍ୟୋଗ ସହର ଝାରସୁଗୁଡାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.