କିଏ ହେବେ ଓଡିଶାର ନୂଆ ରାଜ୍ୟପାଳ ? ସୋମବାର ସରୁଛି ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ

Published By : Prameya-News7 Bureau | May 29, 2023 IST

ଭୁବନେଶ୍ବର ୨୯।୫: ସୋମବାର ସରୁଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ୨୦୧୮ ମସିହା ମେ’ ମାସ ୨୫ତାରିଖରେ ପ୍ରଫେସର ଗଣେଶୀ ଲାଲ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସତ୍ୟପାଲ ମଲ୍ଲିକ ସେହି ସମୟରେ ବିହାର ସହ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

wp:embed {"url":"https://www.prameyanews7.com/odisha-govt-new-scheme-mo-ghara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-govt-new-scheme-mo-ghara/
/wp:embed

ପ୍ରଫେସର ଗଣେଶୀ ଲାଲ୍‌ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର । ସେ ହରିୟାଣା ବିଜେପିର ରାଜ୍ୟ ସଭାପତି ତଥା ହରିୟାଣା ବିକାଶ ପାର୍ଟି ଓ ବିଜେପିର ମିଳିତ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଓଡିଶାର ୨୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଭାର ସମ୍ଭାଳିଥିଲେ । କୋଭିଡ୍‌ ଯୋଗୁଁ ସେ ତାଙ୍କ ପତ୍ନୀ ସୁଶିଳା ଦେବୀଙ୍କୁ ହରାଇଥିଲେ । ତଥାପି ସେହି ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିନଥିଲେ ।

{"id":635673,"sizeSlug":"full","linkDestination":"none"}

ତେବେ ତାଙ୍କ ସ୍ଥାନରେ କିଏ ନୂଆ ରାଜ୍ୟପାଳ ହେବ ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ତେଣୁ ସେ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

You Can Read :

wp:embed {"url":"https://www.prameyanews7.com/curd-should-not-be-consumed-daily-know-best-time-and-way-tlifn/","type":"wp-embed","providerNameSlug":"prameya-news-7"}
https://www.prameyanews7.com/curd-should-not-be-consumed-daily-know-best-time-and-way-tlifn/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.