ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ; ସ୍କୁଲ ଆଗରେ ପରିବାର ଲୋକଙ୍କ ଧାରଣା

Published By : Prameya-News7 Bureau | November 08, 2022 IST

ନବରଙ୍ଗପୁର ୦୮/୧୧: ଆଦିବାସୀ କଲ୍ୟାଣ ବିଭାଗ ବିଦ୍ୟାଳୟରୁ ୧୦ମ ଶ୍ରେଣୀ ଛାତ୍ର ନିଖୋଜ। ବିଦ୍ୟାଳୟ ଆଗରେ ପରିବାର ଲୋକଙ୍କ ଧାରଣା। ଛାତ୍ର ନିଖୋଜ ଘଟଣାକୁ ନେଇ ଡାବୁଗାଁ ଥାନାରେ ଦୁଇଟି ଏତଲା ଦିଆଯାଇଛି। ଖବର ଅନୁସାରେ ଡାବୁଗାଁ ଥାନା ମାନିଗାଁ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି।  ସେଠାରେ ହଷ୍ଟେଲ ରହି ପଢ଼ୁଥିବା ୧୦ମ ଶ୍ରେଣୀ ଛାତ୍ର ଶଙ୍କର ହରିଜନ ସୋମବାର ଠାରୁ ନିଖୋଜ ଅଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଛାତ୍ରର ପରିବାର ଲୋକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ସେପଟ ଏଥିପାଇଁ ନିଖୋଜ ଛାତ୍ରର ପରିବାର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟି କରି ଅଭିଯୋଗ କରିଛନ୍ତି।

ନିଖୋଜ ଛାତ୍ରର ବାପା ଖଗପତି ହରିଜନଙ୍କୁ ତାଙ୍କ ପୁଅ ବିଦ୍ୟାଳୟରୁ ନିଖୋଜ ଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ଫୋନ କରି ଜଣାଇଥିଲେ। ଏହି ଖବର ପାଇ ନିଖୋଜ ଛାତ୍ରର ପରିବାର ଲୋକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଫୋନ କରି ବୁଝିଥିଲେ। ପରେ ସେମାନେ ନିରାଶ ହୋଇ ମାନିଗାଁ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଭେଟିଥିଲେ। ଶଙ୍କରକୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ବହୁ ଖୋଜାଖୋଜି କରିବାଥିଲେ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଶଙ୍କରର କୌଣସି ଖବର ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହଥିଲେ। ପୁଅ ନିଖୋଜ ହେବାପାଇଁ ବିଦ୍ୟାଳୟ କତ୍ତୃପକ୍ଷ ବୋଲି ଦାୟୀ ଶଙ୍କରର ପରିବାର ଲୋକ   ଅଭିଯୋଘ ଆଣିଛନ୍ତି। ପୁଅକୁ ତୁରନ୍ତ ଫେରାଇ ଆଣିବା ଦାବୀରେ ସେମାନେ ବିଦ୍ୟାଳୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ସେପଟେ ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.