ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ଦୁଇ ଗାଁରେ ପୋଲିସ ମୁତୟନ

Published By : Prameya-News7 Bureau | December 12, 2022 IST

ରାୟଗଡ଼ା ୧୨।୧୨ : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଠାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଯେଉଁଥିରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତରେ କୌଣସି କାରଣକୁ ନେଇ ଦେବଦଳା ଓ ନୂଆପଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷର ଏକାଧିକ ଲୋକେ ଆହତ ହୋଇଛନ୍ତି । ତେବେ ପରିସ୍ଥିତି ଉତ୍ତେଜନା ଥିବାରୁ  ଉଭୟ ଗାଁରେ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.