ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଠିକା ଶ୍ରମିକଙ୍କ ଆତ୍ମହତ୍ୟାକୁ ନେଇ ହିଣ୍ଡାଲକୋ କମ୍ପାନୀରେ ଶ୍ରମିକ ଅଶାନ୍ତି

2/06/2019 at 5:57 PM

ସମ୍ବଲପୁର ୨|୬: ହୀରାକୁଦ ହିଣ୍ଡାଲକୋ କଂପାନିରେ ପୁଣି ଶ୍ରମିକ ଅସାନ୍ତି ଦେଖାଦେଇଛି । କଂପାନିରେ କାଯ୍ୟରତ ଜଣେ ଠିକାଶ୍ରମିକ ର ଆତ୍ମହତ୍ୟା କୁ ନେଇ ମୄତ ଶ୍ରମିକ ପରିବାର ଓ  ଠିକା ଶ୍ରମିକ ମାନଙ୍କ ମଧ୍ୟରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାସହ ବହୁ ସଂଖ୍ୟାରେ ଠିକା ଶ୍ରମିକ ହିଣ୍ଡାଲକୋ ବାହାରେ ମୄତ ଶ୍ରମିକଙ୍କ ଶବ ରଖି ପ୍ରତିବାଦ କରିଥିଲେ ।

ମୄତ ଶ୍ରମିକ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ,  ହୀରାକୁଦ ମହମ୍ମଦପୁରର ୫୨  ବର୍ଷିୟ ରଞ୍ଚନ ବାଗ  ହିଣ୍ଡାଲକୋ ର ଠିକା ଶ୍ରମିକ ଭାବେ କାମ କରୁଥିଲେ । ତେବେ ଗତ ଶୁକ୍ରବାର କଂପାନିର  ସିକ୍ୟୁରିଟି କର୍ମଚାରୀ ରଞ୍ଚନ ବାଗ  ଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିବା ସହ ତାଙ୍କୁ ମାଡ ମାରିବା ସହ ପରେ ରଞ୍ଚନ ଙ୍କୁ ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଏନେଇ  ହୀରାକୁଦ  ପୋଲିସ  ଚୋରି ଘଟଣା ଅନୁସନ୍ଧାନ କରି ରଞ୍ଚନ ନିର୍ଦ୍ଦୋ ଥିବା ଜାଣି ତାକୁ ଛାଡି ଦେଇଥିଲେ । ପରେ ଥାନାରୁ ଘରକୁ ଆସି ରଞ୍ଚନ ବାଗ ହିଣ୍ଡାଲକୋ ସିକ୍ୟୁରିଟି କର୍ମଚାରୀ  ମିଛ ଅଭିଯୋଗ କରି ମାଡ ଦେଇଥିବା ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ତେବେ ମୄତ ରଞ୍ଚନଙ୍କ ଆତ୍ମହତ୍ୟା ପରେ ତାର ମୄତଦେହକୁ ପରିବାର ତଥା ସହ ଠିକା ଶ୍ରମିକ ହିଣ୍ଡାଲକୋ ବାହାରେ ରଖି ପ୍ରତିବାଦ କରିବା ସହ ଦୋଷୀମାନଙ୍କୁ ଗିରଫ କରିବା ସହ ପରିବାର ର ଜଣକୁ ଚାକିରୀ ଓ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଘଟଣା ସ୍ଥଳରେ ହୀରାକୁଦ ଏସଡିପିଓ ସିସୁରଞ୍ଚନ ମହାପାତ୍ର ଙ୍କ ସହ ହୀରାକୁଦ ଥାନା ଅଧିକାରୀ ପହଞ୍ଚି ଆନ୍ଦୋଳନ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ଏହା ସହ କଂପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରିଥିବା ଜଣାପଡିଛି । ତେବେ ଏବେ ବି ଉତ୍ତେଜନା ପରିସ୍ଥିତି  ଲାଗି ରହିଥିବାରୁ ହିଣ୍ଡାଲକୋ କଂପାନୀ ବାହାରେ  ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛି । ଏହା ସହ ହୀରାକୁଦ ପୋଲିସ ଶ୍ରମିକ ଆତ୍ମହତ୍ୟାର ତଦନ୍ତ ଜାରିରଖିଥିବା ଜଣାପଡିଛି  ।

   Related Posts