ରାସ୍ତାକାମକୁ ନେଇ ବିବାଦ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ
23/12/2022 at 1:59 PM

ସାଲେପୁର ୨୩।୧୨ : ପୋଲିସ-ଗ୍ରାମବାସୀ ମୁହାମୁହିଁ । ସାଲେପୁର ବ୍ଲକ ମୁରକୁଣ୍ଡି ଗାଁରେ ରାସ୍ତାକାମକୁ ନେଇ ଏପରି ବିବାଦ ଦେଖାଦେଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ଗାଁରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କଟକ ଜିଲ୍ଲା ସାଲେପୁର କିଶନନଗର ଥାନା ମୁରୁକୁଣ୍ଡି ଗାଁରେ ରାସ୍ତାକାମ ଚାଲିଛି । ଦୁଇ ଦିନ ତଳେ ବୋମାମାଡ଼ ମଧ୍ୟ ହୋଇଥିଲା । କିଶନ ନଗର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ଏବେ ଯାଏଁ ଅପରାଧୀ ପାଖରେ ପହଞ୍ଚି ପାରିନାହିଁ ପୋଲିସ । ହେଲେ ଶୁକ୍ରବାର ସକାଳୁ ଦୁଇ ପ୍ଲାଟୁନ୍ ଫୋର୍ସ ଧରି କିଶନ ନଗର ଏବଂ ସାଲେପୁର ପୋଲିସ ଥାନା ପହଞ୍ଚି ରାସ୍ତା କାମ ଜାରି ରଖିଥିଲେ ।ଯାହାକୁ ଜୋରଦାର ବିରୋଧ କରିଥିଲେ ଗ୍ରାମବାସୀ ।

ତେବେ ଗ୍ରାମବାସୀଙ୍କ ବିରୋଧ ଲାଗି ରାସ୍ତାକାମ ଆରମ୍ଭ ହୋଇପାରିନାହିଁ । ଶେଷରେ ଅଧିକ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁୟତନ କରାଯାଇଛି । ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି ପୋଲିସ ।