ଲୁହାପଥର ଖଣିରେ ଶ୍ରମିକ ଅଶାନ୍ତି, ମେସିନରେ ଲୋଡିଂକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | December 17, 2020 IST

ରାଇରଙ୍ଗପୁର ୧୭।୧୨ : ବାଦାମପାହାଡ଼  ଲୁହାପଥର ଖଣିରେ ଶ୍ରମିକ ଅଶାନ୍ତି। ମେସିନ ଦ୍ବାରା ଲୋଡିଂ କାର୍ଯ୍ୟ କୁ ବିରୋଧ ଶ୍ରମିକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ସ୍ଥିତ ଲୌହଖଣିରେ ଖଣି ମାଲିକଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି 'ବାଦାମପାହାଡ଼ ଲୁହାପଥର ଖଣି ୱାଗନ୍ ଲୋଡିଂ ଶ୍ରମିକ ସଂଗଠନ' ପକ୍ଷରୁ ବାଦାମପାହାଡ ଅଞ୍ଚଳରେ ଏକ ରାଲି ରେ ଯାଇ କୁସୁମୀ ବ୍ଲକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।

{"id":378576,"sizeSlug":"large","linkDestination":"none"}

ଖବରଅନୁଯାୟୀ, ବାଦାମପାହାଡ ଲୁହାପଥର ଖଣିରେ ଶତାଧିକ ଶ୍ରମିକ ପ୍ରାୟ  କୋଡିଏ ବର୍ଷ ଧରି ୱାଗନ୍ ଲୋଡିଂ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଲୁହାପଥର ଖଣି ଲିଜଧାରୀ ଘନଶ୍ୟାମ ମିଶ୍ରା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ଗତ ନଭେମ୍ବର ମାସ ୨୭ ତାରିଖ ଠାରୁ ଶତାଧିକ ୱାଗନ୍ ଲୋଡିଂ ଶ୍ରମିକ ମାନଙ୍କୁ ଲୋଡିଂ କାର୍ଯ୍ୟକୁ ବନ୍ଦ କରି ଦେବା ଫଳରେ ଶ୍ରମିକ ମାନେ ବେରୋଜଗାର ହୋଇ ପଡିଛନ୍ତି। ଖଣି କର୍ତ୍ତୃପକ୍ଷ ଦ୍ୱାରା ପୋଲିସ ଫୋର୍ସ ମୁତୟନ କରାଯାଇ ମେସିନ ଦ୍ବାରା ଲୋଡିଂ କାର୍ଯ୍ୟ କରାଯାଉଛି। ଯାହା ଫଳରେ ଶ୍ରମିକ ମାନେ କାମଧନ୍ଦା ନ ପାଇ ବେକାର ହୋଇଯାଇଛି ।

{"id":378577,"sizeSlug":"large","linkDestination":"none"}

ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏନେଇ ଶତାଧିକ ଲୁହାପଥର ଖଣିରେ କାର୍ଯ୍ୟ କରୁଥିବା ୱାଗନ ଲୋଡିଂ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି କରିବା, ଏବଂ  ପୁନଃ ନିଯୁକ୍ତି ନକରିବା ପର୍ଯ୍ୟନ୍ତ ଖଣିର ସମସ୍ତ କାର୍ଯ୍ୟକୁ ବନ୍ଦ ରଖିବାକୁ ଚେତାବନୀ ଦେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ମଧ୍ୟ ବାଦାମପାହାଡ଼ ବିଡ଼ିଓଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବା ଯୋଗୁଁ ଶ୍ରମିକ ମାନଙ୍କ ମଧ୍ୟରେ ଅଶାନ୍ତି ବଢ଼ିବାରେ ଲାଗିଛି । ଯଦି ଆଗାମୀ ଦିନରେ ସମସ୍ତ ଦାବି ପୂରଣ ନହେବ, ତାହେଲେ ଆନ୍ଦୋଳନ ଜୋରଦାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.