କାମ କରୁଥିବା ବେଳେ ଉପରୁ ଲୁହା ରଡ଼ ଖସି ଶ୍ରମିକ ଗୁରୁତର, କାରଖାନାରେ ଚାପା ଉତ୍ତେଜନା

Published By : Prameya-News7 Bureau | December 06, 2020 IST

ଢେଙ୍କାନାଳ ୦୬।୧୨: ନର୍ଭେ ରାମ କାରଖାନାରେ ଦୁର୍ଘଟଣା । କାମ କରୁଥିବା ବେଳେ ଉପରୁ ଲୁହା ଗ୍ରୀଲ ପଡିଯିବାରୁ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ସଦର ଥାନା ଗୁଣ୍ଡିଚାପଡା ସ୍ଥିତ ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କାରଖାନାରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଶ୍ରମିକମାନେ କାମ କରୁଥିବା ବେଳେ ଉପରୁ ଲୁହା ଗ୍ରିଲ ପଡିଯିବାରୁ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଶ୍ରମିକ ହେଲେ ଅମଜିତ ଖାଁ। କାରଖାନାର ଆରଏମଏଚଏସ ସାଇଡ଼ରେ କାମ କରୁଥିଲେ ଅମଜିତ । ଅମଜିତଙ୍କ ଘର ସ୍ଥାନୀୟ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମରେ। ସେ ନର୍ଭେ ରାମ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଦୁର୍ଘଟଣା ଘଟିବା ପରେ କାରାଖାନାରେ ଚାପା ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.