ଜଙ୍ଗଲ ଜମିକୁ ନେଇ ଉତ୍ତେଜନା, ୧୬ ବନ କର୍ମଚାରୀଙ୍କ ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | December 19, 2020 IST

ପାଟଣା ୧୯।୧୨: ଜଙ୍ଗଲ ଜମି ବିବାଦକୁ ନେଇ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଧନୁର୍ଯ୍ୟୟପୁରର ଭରାଣ୍ଡିଆ ଗାଁରେ ଉତ୍ତେଜନା ଲାଗିରହିଛି । ବିବାଦକୁ ସମଧାନା କରିବାକୁ ଯାଇ ଫସିଲେ ବନକର୍ମଚାରୀ । ୧୬ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

{"id":379628,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ପାଟଣା ରେଞ୍ଜ ଧନୁର୍ଯ୍ୟୟପୁର ଗ୍ରାମରେ ଜଙ୍ଗଲ ଜମିର ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଦୀର୍ଘ ଦିନର ବିବାଦର ସମାଧାନ ନହେବାରୁ ଗ୍ରାମବାସୀ ସଂରକ୍ଷିତ ଜଙ୍ଗଲ ରେ କୁକୁଡ଼ା ଲଢେଇ କରିବା ପାଇଁ ବ୍ୟାରିକେଡ କରିଥିଲେ । କିନ୍ତୁ କୌଣସି ସୂତ୍ରରୁ ବନ ବିଭାଗ କର୍ମଚାରୀ ଖବର ପାଇଁ ଉକ୍ତ ଜାଗାରେ ଚଢ଼ାଉ କରିଥିଲେ , ଏବଂ କୁକୁଡ଼ା ଲଢେ଼ଇ ପାଇଁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ନିଆଁ ଜଳାଇବା ପରେ ଦୀର୍ଘଦିନର ଅସନ୍ତୋଷ ଏବେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀମାନେ  ବନ ବିଭାଗର ରେଞ୍ଜରଙ୍କ ସମେତ ୧୬ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ନଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ଉତ୍ୟକ୍ତ  ଲୋକଙ୍କୁ ବୁଝାସୁଝା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.