ନେପାଳରେ ଜୋର୍ ଧରିଲା ରାଜନୈତିକ ସଙ୍କଟ : ସଂସଦ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁପାରିସ, ରାଷ୍ଟ୍ରପତିଙ୍କୁ ଭେଟିଲେ

Published By : Prameya-News7 Bureau | December 20, 2020 IST

କାଠମାଣ୍ଡୁ,୨୦/୧୨:  ନେପାଳରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଁଚିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ସଂସଦ ଭଙ୍ଗ ପାଇଁ ସୁପାରିସ କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଦେଶର ସମ୍ବିଧାନ ବିରୋଧୀ ଅଟେ । ରବିବାର ସକାଳେ ବସିଥିବା କ୍ୟାବିନେଟ୍ ବୈଠକରେ ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାପରେ ଓଲି ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ନିକଟରେ ସୁପାରିସ ଧରି ପହଁଚିଛନ୍ତି ।

ଓଲିଙ୍କ କ୍ୟାବିନେଟର ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ବସିଥିବା ବୈଠକରେ ସଂସଦ ଭଙ୍ଗ ପାଇଁ ସୁପାରିସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଓଲିଙ୍କ ଉପରେ ଏକ ଅଧ୍ୟାଦେଶ ଫେରସ୍ତ ନେବା ପାଇଁ ଚାପଥିଲା । ଯାହା ମଙ୍ଗଳବାର ଜାରି କରାଯାଇଥିଲା । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଏହା ଉପରେ ଦସ୍ତଖତ କରି ମଞ୍ଜୁରୀ ପ୍ରଦାନ କରିଥିଲେ ।

ରବିବାର ସକାଳ ୧୦ଟାରେ ଜରୁରୀକାଳିନ ବୈଠକ ଡକାଯାଇଥିଲା । ବୈଠକରେ ଅଧ୍ୟାଦେଶ ବଦଳିବା ନେଇ ସୁପାରିସ କରାଯିବ ବୋଲି ଆଲୋଚନା ହେଉଥିଲା । କିନ୍ତୁ ଏଥିରେ ସଂସଦ ଭଙ୍ଗ ନେଇ ସୁପାରିସ କରାଯାଇଥିଲା । କିନ୍ତୁ ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ ପାଇଁ ପ୍ରାବଧାନ ନାହିଁ । ତେଣୁ ଓଲିଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ବିରୋଧୀ ଚ୍ୟାଲେଞ୍ଜ୍ ଦେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.