ବ୍ରହ୍ମପୁର ଏମକେସିଜିରେ ନବଜାତ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା ; ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ

Published By : Prameya-News7 Bureau | October 04, 2018 IST

ଗଞ୍ଜାମ ୪|୧୦:  ବ୍ରହ୍ମପୁର ଏମକେସିଜିରେ ନବଜାତ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ଦିନର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଶରଧାପୁର ଗାଁର ଜନନୀ ମହାନ୍ତି ଗତକାଲି ହିଞ୍ଜିଳିକାଟୁ ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ସେଠାରେ ଅକ୍ସିଜେନ ଅଭାବରୁ ସନ୍ଧ୍ୟାରେ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଛି। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏମକେସିଜି ପରିସରେ ଉତ୍ତେଜନା ଦେଖାଦେଇଥିଲା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.