ତାତିଲେ ଗାଁ ଲୋକେ, ମଙ୍ଗଳାକୋଠିକୁ ଟେକା-ପଥର ମାଡ଼

Published By : Prameya-News7 Bureau | August 09, 2023 IST

ଆଠମଲ୍ଲିକ ୦୯।୦୮ :  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଟୁସର ଗ୍ରାମରେ ମଙ୍ଗଳା କୋଠିକୁ ଯାଇ ନାବାଳକ ମୃତ୍ୟୁ ଘଟଣା। ମଙ୍ଗଳା କୋଠି ଉପରକୁ ଟେକା ପଥର ମାଡ଼ କରିଛନ୍ତି ଉତ୍ୟକ୍ତ ଲୋକେ। ଘଟଣାକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ମଙ୍ଗଳା କୋଠିରୁ ପୋଲିସ ହଟିନାହିଁ। କୋଠିକୁ ଭଙ୍ଗା ଯାଇ ନଥିବାରୁ ଲୋକ ମଙ୍ଗଳା କୋଠି ଉପରକୁ କରିଛନ୍ତି ଟେକାପଥର ମାଡ଼ କରିଛନ୍ତି। ଏଥିରେ ମଙ୍ଗଳା କୋଠିର ଆଜବେଷ୍ଟସ୍ ଭାଙ୍ଗିଛି।

{"id":828326,"sizeSlug":"large","linkDestination":"none"}

ସେହିପରି ଗତ ମାସ ୨୮ ତାରିଖରେ ରାସ୍ତାରୋକ କରିବା ସମୟରେ ପୋଲିସ ଭ୍ୟାନ ଜାଳିବା ଘଟଣାରେ ପୋଲିସ ୩୬୫ ଜଣଙ୍କ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଛି । ଗତ ୨୩ ତାରିଖରେ ମଙ୍ଗଳା କୋଠିରୁ ନିଖୋଜ ଥିବା ସଞ୍ଜିତକୁ ମଙ୍ଗଳା କୋଠି ସାଧିକା ବଳି ଦେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଏବଂ ମଙ୍ଗଳା କୋଠି ଭଙ୍ଗାଯିବା ଦାବିରେ ଗ୍ରାମବାସୀ ମଙ୍ଗଳା କୋଠି ସମୁଖରେ ରାସ୍ତା ରୋକ କରିଥିଲେ। ପରେ ମଙ୍ଗଳା କୋଠି ଉପରକୁ ଟେକା ଓ ଇଟା ମାଡ଼ କରିଥିଲେ।

{"id":828327,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ସୁବର୍ଣ୍ଣପୁର ଗାଁ ସଞ୍ଜୀବ ବିଶ୍ଵାଳ ହତ୍ୟା ଘଟଣା ପୋଲିସର ତନାଘନା ଜାରି ରଖିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତାଙ୍କର ୩ ପୁଅ ଦିବ୍ୟରଞ୍ଜନ ବାଘ, ଜ୍ୟୋତିରଞ୍ଜନ ବାଘ, ସୌମ୍ୟରଞ୍ଜନ ବାଘଙ୍କୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.