ସହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଉତ୍ତେଜନା, ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ପିଟାପିଟି
25/12/2022 at 10:40 AM

କୋରାପୁଟ ୨୫।୧୨ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଉତ୍ତେଜନା । ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାର୍ପିଟ୍ । କୋରାପୁଟ ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କୋରାପୁଟ ମାଉସୀ ମାଁ ଛକରେ ଏକ ଟ୍ରକ ବାଇକ୍କୁ ଧକ୍କା ଦେଇ ଦୋକାନ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିଲେ। ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପିଟାପିଟି। କଲେଜର ଶତାଧିକ ଡାକ୍ତର ମେଡିକାଲ ପରିସରରେ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋରାପୁଟ ଟାଉନ୍ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023