ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ଉତ୍ତେଜନା, ଥାନା ଘେରିଥିବା ବିଜେପି କର୍ମୀଙ୍କୁ ଲାଠି ମାଡ଼ !

Published By : Prameya-News7 Bureau | December 24, 2020 IST

କୋଲକାତା ୨୪।୧୨: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ଉତ୍ତେଜନା ଦେଖାଦେଇଛି । ଥାନା ଘେରାଉ କରିଥିବା ବିଜେପି କର୍ମୀଙ୍କୁ ଘଉଡାଇବା ପାଇଁ ଲାଠି ଚାଳନା କଲା ପୋଲିସ । ଏଥିରେ ୧୭ରୁ ଅଧିକ କର୍ମୀ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଜଣେ ବିଜେପି କର୍ମୀଙ୍କୁ ଲାଇସେନ୍ସ ବିହୀନ ବନ୍ଧୁକ ରଖିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା । ଯାହାକୁ ନେଇ ବିଜେପି କର୍ମୀ ମାନେ ଖର୍ଦ୍ଦି ଥାନା ଆଗରେ ଧାରଣା ଦେଇଥିଲେ । ପୋଲିସ୍ ବୁଝାସୁଝା କରିବା ପରେ ବି ଆନ୍ଦୋଳନକାରୀମାନେ ହଟିନଥିଲେ । ଯାହାଫଳରେ ପୋଲିସ ଲାଠି ଚାଳନା କରିଥିଲା । ଏହାପରେ ବିଜେପି କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ୧୭ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଆକ୍ସନ ପ୍ରତିବାଦରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାସ୍ତାରେ ନିଆଁ ଜାଳି ପ୍ରତିବାଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.