ବୀର ସାବରକରଙ୍କ ପୋଷ୍ଟରକୁ ନେଇ ତେଜିଲା ହିଂସା: ଛୁରାମାଡ଼ ପରେ କର୍ଫ୍ୟୁ ଜାରି

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ବୀର ସାବରକରଙ୍କର ପୋଷ୍ଟରକୁ ନେଇ ତେଜିଲା ହିଂସା। କର୍ଫ୍ୟୁ ଜାରି।  ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକ ଶିବମୋଗା ଜିଲ୍ଲା ଗାନ୍ଧୀ ବଜାର ନିକଟ ଅମୀର ଅହମଦ ଛକରେ ସାବରକରଙ୍କର ପୋଷ୍ଟର ଲଗାଯିବାରୁ ହିଂସା ସୃଷ୍ଟି ହୋଇଛି।

ପ୍ରେମ ସିଂହ ନାମକ ବ୍ୟକ୍ତିଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ରଙ୍କ ସୂଚନା ଅନୁସାରେ, ଶିବମୋଗା ଜିଲ୍ଲାରେ ସାବରକରଙ୍କ ଫଟୋକୁ ନେଇ ବିବାଦ ଚାଲିଥିବାରୁ ଏଥିପାଇଁ ଆକ୍ରମଣ ହୋଇଥାଇପାରେ କୁହାଯାଉଛି। ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।    

ଏହି ଘଟଣା ପରେ ଶିବମୋଗାର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳମାନଙ୍କରେ ନିଷେଧାଦେଶ ଜାରି କରାଯାଇଛି।  ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛ। ପୂର୍ବରୁ ସୋମବାର କିଛି ହୀନ୍ଦୁ କାର୍ଯ୍ୟକର୍ତ୍ତା ମୁସଲମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁସଲମାନ ଆନ୍ଦୋଳନକାରୀମାନେ ସାବରକରଙ୍କ ପୋଷ୍ଟର କାଢ଼ିବା ନେଇ ଦାବି କରିବାରୁ ହିନ୍ଦୁ ଗୋଷ୍ଠୀ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତେବେ ଏଭଳି ଏକ ଘଟଣା ମେଙ୍ଗାଲୁରୁର  ସୁରଥକଲ ଜଙ୍ଗସନରେ ଘଟିଥିଲା। ସେଠାରେ ସାବରକରଙ୍କର ଏକ ବଡ଼ ବ୍ୟାନର ଲଗାଯାଇଥିଲା। ହେଲେ ସୋସିଆଲ୍‌ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର କର୍ମୀମାନେ ବିରୋଧ କରିବାରୁ ଏହାକୁ ଖୋଲିଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.