scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବଶତ୍ରୁତାରୁ ଗୁଳିମାଡ଼, ଯୁବକଙ୍କ ମୁଣ୍ଡରେ ବାଜିଛି ଗୁଳି !

10/08/2023 at 7:26 AM

ଜଗତସିଂହପୁର ୧୦।୦୮ : ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା କୋଲଟା ଗାଁରେ ଅଘଟଣ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୋଲଟା ଗାଁର ମୁଜାଫର ଖାଁଙ୍କୁ ଗୁଳିମାଡ଼ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି କ୍ରିଷ୍ଣାନନ୍ଦପୁର ଅଞ୍ଚଳର ବାବୁ ମେକାନିକ ଓ ତାର ଦୁଇ ସହଯୋଗୀ ଆସି ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିବାର ଅଭିଯୋଗ ହୋଇଛି ।

ସେପଟେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କ୍ରିଷ୍ଣାନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

   Related Posts