ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ : ଅଟକ ଅଭିଯୁକ୍ତଙ୍କୁ ଖଲାସ ଦାବିରେ ଧାରଣା ଓ ଢେଲାପଥର ମାଡ, ପୋଲିସର ଲାଠି ଚାର୍ଜ
23/08/2020 at 1:35 PM

ସାନଖେମୁଣ୍ଡି ୨୩।୦୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଗରେ ଉତ୍ତେଜନା। ସ୍ଥିତି ସୁଧାରିବାକୁ ପୋଲିସର ଲାଠି ଚାଳନା । ୫ ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଆଜି ଥାନା ଘେରାଉ କରାଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାଶପୁର ଗାଁର ଘଟଣା ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ବାଲି ଘାଟରେ କିଛି ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ଗତକାଲି ରାତିରେ କୋଳିଦାଶପୁର ଗାଁର ୫ ଜଣ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା ପୋଲିସ ।

ଯେଉଁ ମାନଙ୍କୁ ଛାଡ଼ିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ହିଞ୍ଜିଳି ଥାନା ଘେରାଉ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପାଟପୁର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।