ଜମାକାରୀଙ୍କ ଟଙ୍କା ଫେରସ୍ତ ଦାବିରେ ଉତ୍ତେଜନା, ଅଫିସରେ ପଶି ଭଙ୍ଗାରୁଜା କଲେ ସ୍ଥାନୀୟଲୋକେ

Published By : Prameya-News7 Bureau | December 05, 2020 IST

ଢେଙ୍କାନାଳ ୦୫।୧୨: ସାହାରା ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ଉତ୍ତେଜନା । ଢେଙ୍କାନାଳ ସହରର ଶାସନ ଛକରେ ଥିବା ଅଫିସ ଆଗରେ ଉତ୍ତେଜନା । ମ୍ୟାଚୁରିଟି ଟଙ୍କା ଫେରସ୍ତ ନକରିବା ଦାବିରେ ଅଫିସରେ ଭିତରେ ପଶି ଭଙ୍ଗାରୁଜା । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ଢେଙ୍କାନାଳ ସହରର  ଶାସନ ଛକରେ ଥିବା ସାହାରା ଇଣ୍ଡିଆ ଶାଖା ଗ୍ରାହକମାନଙ୍କୁ ଜମା ରଖିବାଥିବା ଫିକ୍ସ ଡିପୋଜିଟର ମ୍ୟାଚୁରିଟି ପରେ ଟଙ୍କା ଫେରାଉନଥିବା ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଟଙ୍କା ଫିକ୍ସ କରି ଜମା ରଖିଥିବା ଗ୍ରାହକମାନଙ୍କୁ ଟଙ୍କା ଫେରାଉଥିବାର ଅଭିଯୋଗ ଆସିଛି । ଶେଷରେ ଆଜି ଗ୍ରାହକମାନେ ଶାଖା କାର୍ଯ୍ୟାଳୟକୁ ଯାଇ ଭଙ୍ଗାରୁଜା କରି ଟଙ୍କା ଫେରାଇବାକୁ ଦାବି କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିଲା । ସ୍ଥାନୀୟଲୋକେ ଅଫିସରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏସଂପର୍କରେ ଖବର ପାଇ ଟାଉନ ଥାନା ପୋଲିସ ଘଟଣଆସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.