ବ୍ଲକ ସମ୍ମୁଖରେ ଉତ୍ତେଜନା, ତହସିଲଦାରଙ୍କୁ ଅଟକ ରଖିଲେ ସାମ୍ବାଦିକ

Published By : Prameya-News7 Bureau | March 12, 2022 IST

ଭଦ୍ରକ ୧୨।୦୩ : ବ୍ଲକ ସମ୍ମୁଖରେ ଉତ୍ତେଜନା । ତହସିଲଦାରଙ୍କୁ ଅଟକ ରଖିଲେ ସାମ୍ବାଦିକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସମ୍ମୁଖରେ ଏଭଳି ସ୍ଥିତି ଉପୁଜିଛି ।

ଖବର ଅନୁଯାୟୀ, ବ୍ଲକ ଅଧ୍ୟକ୍ଷ ପଦ ଲାଗି ଆଜି ନିର୍ବାଚନ ଚାଲିଥିଲା । ବ୍ଲକ କ୍ୟାମ୍ପସକୁ ସାଧାରଣ ଲୋକଙ୍କୁ ପ୍ରବେଶ କରାଇବା ସହ ସାମ୍ବାଦିକଙ୍କୁ ବାରଣ କରାଯାଇଥିଲା । ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏପରି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକମାନେ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଅଟକ ରଖିଛନ୍ତି ସାମ୍ବାଦିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.