ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ, ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର ୨୫।୦୨: ପୁଣି ପଦାରେ ପଡିଲା କଂଗ୍ରେସ କଳି । ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍‌ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଆଜି କଂଗ୍ରେସ ଭବନରେ ଓବିସି ସେଲ୍‌ ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଯାହାଫଳରେ କି କଂଗ୍ରେସ ଭବନରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏପରିକି ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା । ଓବିସି ସେଲ୍‌ ବୈଠକରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି ।  ପିସିସି ସଭାପତିଙ୍କ ଉପସ୍ଥିତିରେ ଏଭଳି ବିବାଦିୟ ପରିସ୍ଥିତି ଉପୁଜିଛି । ତେବେ ଆସନ୍ତୁ ଦେଖିବା.. କିପରି ଥିଲା କଂଗ୍ରେସ ଭବନର ପରିସ୍ଥିତି...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.