କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଆଇସିୟୁ ନମିଳିବାରୁ ଆଟେଣ୍ଡାଣ୍ଟଙ୍କ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦|୭: ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେକାଦେଇଛି । ଚିକିତ୍ସା ଅବହେଳାରୁ ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସେ କ୍ୟାପିଟାଲ ହସପିଟାଲରେ କଣ୍ଟାକଚୁଆଲ କର୍ମଚାରୀ ଭାବେ କାମ କରୁଥିଲେ ।

{"id":132165}

ସୂଚନାଯୋଗ୍ୟ ଯେ, ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି ରାତି ଗେ।ଟାଏରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲେ।କେ । ଅନୁପମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଏବଂ ସହଯୋଗୀମାନେ ଆଇସିୟୁ ପାଇଁ ଡ଼ାକ୍ତରଙ୍କୁ ଅନୁରେ।ଧ କରିଥିଲେ । କିନ୍ତୁ ଆଇସିୟୁ ଖାଲି ନଥିବା କହି ଏଡାଇଦେଇଥିଲେ । ତେବେ ସେହି ସମୟରେ ଆଇସିୟୁ ଖାଲିଥିବା ସତ୍ତ୍ବେ ତାଙ୍କୁ ଦିଆଯାଇନଥିବାରୁ ଅନୁପମାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ପରିବାର ଲୋକେ ଏବଂ କଣ୍ଟାକଚୁଆଲ କର୍ମଚାରୀ ମାନେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦେ।ଳନ କରିଥିଲେ । ନିର୍ଦେଶକ ଅଶେ।କ ପଟ୍ଟନାୟକ ହସ୍ତକ୍ଷେପ କରିବା ସହ ହସ୍ପିଟାଲରେ ଶେ।କସଭା ପାଳନ କରିଛନ୍ତି । ଏହା ସହ ୭ ଦିନ ଭିତରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.