oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୩ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଯୁବକଙ୍କ ଆତଙ୍କରାଜ, ବନ୍ଧୁକ ମୁନରେ ଶିକ୍ଷକଙ୍କ ପରିବାରକୁ ପଣବନ୍ଦୀ : ଘେରାବନ୍ଦୀ କରିଛି ପୋଲିସ

15/06/2021 at 12:38 PM

ବଲାଙ୍ଗୀର ୧୫।୦୬: ବନ୍ଧୁକଧାରୀର ଆତଙ୍କରାଜ । ବଲାଙ୍ଗିର ଶାନ୍ତିପଡ଼ାରେ ଯୁବକଙ୍କ ଆତଙ୍କରାଜ । ବନ୍ଧୁକ ମୁନରେ ଶିକ୍ଷକଙ୍କ ପରିବାରକୁ ପଣବନ୍ଦୀ । ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ହୋତାଙ୍କ ଘରେ ବନ୍ଧୁକଧାରୀ । ଶିକ୍ଷକଙ୍କୁ ଗାଳିଗୁଲଜ ସହ ମାରିଦେବାକୁ ଧମକ । ଯୁବକଙ୍କୁ କାବୁ କରିବାକୁ ପୋଲିସର ଘେରାବନ୍ଦୀ । ଘର ଭିତରକୁ ଯିବାକୁ ଉଦ୍ୟମ କରୁଛି ପୋଲିସ ।

ଖବର ଅନୁଯାୟୀ, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ବେଳେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲା । ଏହି ସମୟରେ ପରିବାରର ଅନ୍ୟ ଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ଭିତରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦୀ କରି ଉଦ୍ୟମ ଚଳାଇଛି । ଯୁବକଙ୍କ ସମ୍ପର୍କରେ ପୁଲିସ କିଛି କହୁନଥିବା ବେଳେ ତାଙ୍କ ଭାଇ ଓ ମାଙ୍କୁ ଡକାଇ ବୁଝାସୁଝା ଚଳାଇଛି । ହେଲେ ତାହା ସଫଳ ହେଉନଥିବାରୁ ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ କେଉଁ କାରଣରୁ ସେ ବନ୍ଧୁକ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ ।

   Related Posts