ଗାଁରେ ବିବାଦ, ପୋଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ

Published By : Prameya-News7 Bureau | March 12, 2021 IST

ଭଞ୍ଜନଗର ୧୨।୦୩ : ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡ ଯୁଦ୍ଧ । ପୋଲିସ ମାଡ଼ରେ ଜଣେ ଯୁବକ ଲହୁଲୁହାଣ ହୋଇଥିବା ଅଭିଯୋଗ ଆସିଛି । ଆହତ ଯୁବକଙ୍କ ନାମ ଗୁରୁ ପ୍ରଧାନ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଗେରେଡ଼ା ଗାଁରେ ଘଟିଛି ଘଟଣା ।

{"id":421528,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଗୋଟିଏ ସପ୍ତାହ ମଧ୍ୟରେ ତାରାସିଙ୍ଗି ଥାନା ଅଞ୍ଚଳରେ ଲୁଟେରାମାନେ ତାଲା ଭାଙ୍ଗି ୨୦ରୁ ଅଧିକ ଲୋକଙ୍କ ଘରୁ ଚୋରି ହୋଇଛି । ବାରମ୍ବାର ଗାଁରେ ଚୋରି ନେଇ ଗ୍ରାମବାସୀମାନେ ସଜାଗ ହୋଇଥିଲେ । ତେବେ ଏକ ମାରୁତି ଡିଜାଇର କାର୍‌ରେ ୨ଜଣ ଅଜଣା ଲୋକଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରୁଥିବାର ଦେଖି , ତାଙ୍କୁ ଅଟକାଇଥିଲା । ଏହାର ଖବର ପାଇ ସ୍ଥାନୀୟ ପୋଲିସ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ୨ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା । ଶେଷରେ ବିବାଦ ଖଣ୍ଡଯୁଦ୍ଧରେ ପରିଣତ ହୋଇଥିଲା ।  

{"id":421529,"sizeSlug":"large","linkDestination":"none"}

ଗାଁରେ ଚୋରି ନେଇ ପୋଲିସ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଆସୁଥିଲେ , ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । କିନ୍ତୁ ଏବେ ଅଟକ ଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏତେ ତତ୍ପରତା କାହିଁକି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

{"id":421530,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.