ଭଦ୍ରକ ୧୯।୦୨: କଂଗ୍ରେସ ଅଫିସରେ ପୁଣି ଗଣ୍ଡଗୋଳ । ଗତଥର ପୁରୀରେ ,ଏଥର ଭଦ୍ରକରେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଗସ୍ତ ସମୟରେ ଏଭଳି ପରିସ୍ଥିତ ଉପୁଜିଛି । ଥାନାରେ ଅଭିଯୋଗ ।
{"id":226387,"sizeSlug":"large"}ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଚାଲିଥିଲା । ଏହି ସମ୍ମିଳନୀରେ ବିଭିନ୍ନ ପଦବୀ ବଣ୍ଟନ ଓ ଆଲୋଚନାର କାର୍ଯ୍ୟକ୍ରମ ସୂଚନା ମିଳିଛି । ତେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଆସିବା ପୂର୍ବରୁ କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ବଳରାମ ରାଉତଙ୍କୁ ଅନ୍ୟ ଗୋଷ୍ଠୀର କର୍ମୀ ମାଡ ମାରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଛି ।
{"id":226389,"sizeSlug":"large"}ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରକ ସହରର କେତେକ ସ୍ଥାନରେ ନିରଞ୍ଜନ ହଟାଓ, କଂଗ୍ରେସ ବଞ୍ଚାଓ ଓ ନିରଞ୍ଜନ ପଟ୍ଟନାୟକ ଗୋ ବ୍ୟାକ୍ ହୋର୍ଡିଙ୍ଗ ଦେଖିବା ପାଇଁ ମିଳିଥିଲା । ତେବେ କଂଗ୍ରେସ ଏଥିରୁ ଜଣାପଡୁଛି ଯେ, କଂଗ୍ରେସ ସଜାଡିବା ପରିବର୍ତ୍ତେ ଦିନକୁ ଦିନ ବିବାଦୀୟ ପରିସ୍ଥିତି ମଧ୍ୟକୁ ଗତି କରୁଛି ।
{"id":226390,"sizeSlug":"large"}