previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ : ରାତି ଅଧରେ ହୋଟେଲରେ ପଶି ପିଟିଲେ, ଥାନା ଆଗରେ ହୋହଲ୍ଲା

3/07/2022 at 7:33 AM

ଭଦ୍ରକ ୦୩।୦୭:  ଭଦ୍ରକରେ କିନ୍ନରଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରାତି ଅଧରେ ହୋଟେଲରେ ପଶି ପିଟିଲେ। ଆକ୍ରମଣ ପ୍ରତି ଆକ୍ରମଣରେ ଦୁଇ ଗୋଷ୍ଠୀର ୫ଜଣ ଗୁରୁତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର କିନ୍ନର ମାନେ ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଗୋଟେ ପକ୍ଷ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାରେ ୪ ଜଣ କିନ୍ନରଙ୍କୁ ଥାନାରେ ଅଟକ ରଖିଥିଲା । କିନ୍ତୁ ଅପରପକ୍ଷର ଜିଲ୍ଲା ବାହାରର କିନ୍ନର ମାନେ ଏକାଠି ହୋଇ ଟାଉନ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ।

ଟାଉନ ଥାନାରେ ଗୋଟିଏ ପକ୍ଷ ସମାଧାନ ପାଇଁ ରାଜି ହୋଇ ବିଳମ୍ବିତ ରାତିରେ ଥାନାକୁ ଯାଇଥିବା ବେଳେ ପୁଣି ଅପର ଗୋଷ୍ଠୀ ରହୁଥିବା ଏକ ହୋଟେଲକୁ ଯାଇ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡିଛି । ଏମିତିକି ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋଷ୍ଠୀର ୫ ଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଭଦ୍ରକ ପୋଲିସ କିନ୍ନରଙ୍କୁ ଘଉଡାଇବା ପାଇଁ ଫ୍ଲାଗମାର୍ଚ୍ଚ କରିବା ସହ ଉଭୟ ଗୋଷ୍ଠୀଙ୍କୁ ତଡିପାର କରିବା ପାଇଁ ଜୋରଦାର ପାଟ୍ରୋଲିଂ କରୁଛି। ଅନ୍ୟପଟେ ଗୁରୁତର କିନ୍ନରଙ୍କୁ ବାଦ ଦେଲେ ଅନ୍ୟ କିନ୍ନର ମାନଙ୍କର ପତା ମିଳିନାହିଁ ।

   Related Posts